ଶ୍ରୀ ଶ୍ରୀ ଶ୍ରୀ ନୃସିଂହ ନାଥ ସ୍ୱାମୀ ଶିବ ମନ୍ଦିର, ବରଗାଁ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

0 443

ଜଗନ୍ନାଥ ପ୍ରସାଦ,୧୬/୦୭ ;ଆଜି ପବିତ୍ର ଶ୍ରାବଣ ମାସ  ୧୬ ତାରିଖ ଗୁରୁବାର ଦିନ କର୍କଟ ସଂକ୍ରାନ୍ତି ଉପଲକ୍ଷେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ବରଗାଁ ଠାରେ ଥିବା ବହୁ ପୁରାତନ ଐତିହାସିକ ଶିବ ମନ୍ଦିର ସମ୍ମୁଖରେ ମନ୍ଦିର ପରିଚାଳକ ଯୋଗେନ୍ଦ୍ର ରଣା ସହଯୋଗରେ ଏକ ସୁନ୍ଦର ବୃକ୍ଷ ରୋପଣ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଯୁବ ଗୋଷ୍ଟି ପିଲା ମାନେ ତଥା ସ୍ୱାଧୀନ ରଣା, ରାକେଶ କୁମାର ମହାପାତ୍ର, ଟିକନ ମହାପାତ୍ର, ବଳରାମ ପୋଲାଇ,ଟିଲୁ ରଣା ,ରାଜେଶ୍ ମହାପାତ୍ର, ରାଜ କୁମାର ବାଡ଼ତ୍ୟା, ରାକେଶ ରଣା, ରାଜା ରଣାଏବଂ ଛୋଟୁ ମହାପାତ୍ର ପ୍ରମୁଖ ଯୋଗଦାନ କରି  ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ  ଶ୍ରୀ ଶ୍ରୀ ଶ୍ରୀ ନୃସିଂହ ନାଥ ସ୍ୱାମୀ ପଞ୍ଚୁ ମହାଦେବ  ନାମରେ ଏହି ମନ୍ଦିର ସୁପ୍ରସିଦ୍ଧ ଅଟେ  ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ ଏକ ସୁନ୍ଦର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରି ମନ୍ଦିର ପରିଚାଳକ ଯୋଗେନ୍ଦ୍ର ରଣା ବୃକ୍ଷ ରୋପଣ ଦ୍ୱାରା ପରିବେଶ ପ୍ରଦୂଷଣ ଦୁରକରି ହେବ ବୋଲି କହିବା ସହିତ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବା ପାଈଁ ପରାମର୍ଶ ଦେଇଥିଲେ ଆଗକୁ ଆହୁରି ମଧ୍ୟ ମନ୍ଦିର ପରିବେଶର ଉନତି ନିମନ୍ତେ ଯୁବ ଗୋଷ୍ଟି ସଂକଳ୍ପ ବଧ ଥିବା ସୂଚନା ମିଳୁଛି ।
ରିପୋର୍ଟ – ବିକାଶ କୁମାର ମହାପାତ୍ର

Leave A Reply

Your email address will not be published.