ଶ୍ରାବଣ ରେ ଶୁଖିଲା ଜମି , ବର୍ଷା ଖୋଜିଖୋଜି ଚାଷି ନୟାନ୍ତ ।

0 537

କୋଦଳା,୨୧/୦୭(ପିପିଟି); ଧାରା ଶ୍ରାବଣ ଆଜି ଶୁଷ୍କ ଶ୍ରବଣ । ଶ୍ରବଣରେ ସ୍ୱଳ୍ପ ବର୍ଷା ରେ ଶୁଖିଲାପଡିଛି ଚାଷ ଜମି । ବର୍ଷାକୁ ଚାହିଁ ଚାହିଁ ଆଜି ଚାଷୀକୂଳ ଚିନ୍ତାରେ । ସତେ ଯେମିତି ବର୍ଷା ଚୋରି ହୋଇଯାଇଛି । ଠିକ୍ ସମୟରେ ମୌସୁମୀ ପ୍ରବେଶ କରିଥିବା ଯୋଗୁ ଚାଷି ଖୁସିରେ ଅଧିର ହୋଇଯାଇ ଏହି ବର୍ଷ ଭଲରେ ଚାଷକାର୍ଯ୍ୟ ସାରି  ଭଲ ଦୁଇପଇସା ରୋଜଗାର କରିବା ସହିତ ପରିବାର ମଧ୍ୟ ଚଳାଇ ପାରିବ ବୋଲି ଆଶା ରଖିଥିଲା । ସେହି ସମୟ ରେ ଅର୍ଦ୍ଧାଧିକ ଚାଷି ତଳି ପକାଇଥିବା ବେଳେ ଅବଶିଷ୍ଟ ଚାଷୀ ରଜକୁ ଅନାଇବସିଥିଲେ କିନ୍ତୁ ରଜ ବେଳକୁ ବର୍ଷାର ପ୍ରଭାବ ବଢିଯାଇଥିଲା । ତଳି ପକାଇଥିବା ଚାଷୀ ଯେନତେନ ପ୍ରକାରେ ରୁଆ ରୁଇ କାର୍ଯ୍ୟ ସାରିଦେଇଥିବା ବେଳେ ତଳି ନ ପକାଇଥିବା ଚାଷି ବରଡି ତଳି ପକାଇଥିଲେ । ବାରମ୍ବାର ବର୍ଷା ରେ ବରାଡି ଚାଷ ବିହନ ଗଜା ନ ହୋଇ ପୋଚା ହୋଇ ନଷ୍ଟ ହୋଇଯାଇଥିଲା ।ପରେ ପରେ ବର୍ଷା ରା ଆଉ ଦେଖାନାହି । ଚାଷ କାର୍ଯ୍ୟ ସାରିଥିବା ଲୋକଙ୍କ ପାଣି ଅଭାବରୁ ଜମି ଫାଟି ଆ କରିଥିବା ବେଳେ ରୁଆ ଧାନ ଗଛ ହଳଦିଆ ରଙ୍ଗ ହୋଇ ପୋଡିବା ଉପରେ ସେପଟେ କାର୍ଯ୍ୟ ଆରମ୍ଭ ନ କରିଥିବା ଲୋକେ ତଳି ଖୋଜା ରେ ବ୍ୟସ୍ତ ରହିଲେ । ଏହାରି ଭିତରେ ଯାହାର ସୁବିଧା ହେଲା ମୋଟର ଲଗାଇ କିମ୍ଵା ଅନ୍ୟ ଉପାୟ ରେ ଚାଷ କାର୍ଯ୍ୟ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପାଣି ସୁବିଧା ନ ଥିବା ଜମି ଫାଟି ମାନଚିତ୍ର ସଦୃଶ୍ଯ  ଦେଖାଗଲାଣି । ଏହାରି ଭିତରେ ସାର ର ଅଭାବୀ ବିକ୍ରି । କଣ କରିବେ ଚାଷି ଏପଟେ ମହାମାରୀ କିଲ୍ଲର କରୋନା ଭୟ ରେ ଘରୁ ବଜାରକୁ ଯାଇ ପାରୁନି ଚାଷି । ସେପଟେ ଲକଡାଉନ ଓ ସଟଡାଉନ ରେ କଳାବଜାରୀ ଲୁଚାଛପାରେ ଚଢ଼ା ଦରରେ ସାର ବିକ୍ରି ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ବର୍ଷାର ଲୁଚକାଳି ଖେଳ କୁ ସରକାରୀ ସାର ର ଅଭାବୀ ଚାଷି ମେରୁଦଣ୍ଡ କୁ ଦୋହଲାଇ ଦେଇଛି । ଯଦି ଆଉ କିଛିଦିନ ଏପରି ପାଗ ରୁହେ ତାହାହେଲେ ସବୁଜ କ୍ଷେତ ଯାଗାରେ କେବଳ ପାଳ ହିଁ ସଂଗ୍ରହ ହେବ । ଚାଷି କେମିତି ବଞ୍ଚିବେ ? ଆଉ ଉପାୟ ବି କିଛି ନାହିଁ । ଭଗବାନ ହିଁ ଭରସା । ଯେଉଁଠାରେ କେନାଲ ସୁବିଧା ଅଛି ସେଠାରେ ନିର୍ମିତ ହୋଇଥିବା ଚେକଡ୍ୟାମ ଭାଙ୍ଗି ନଷ୍ଟ  ହୋଇଗଲାଣି । କେଉଁଠି ସମୁଦ୍ର ଭଳି ପାଣି ତ କେଉଁଠି ଶୁଷ୍କ ମରୁଭୂମି ।ଦେଖିବାକୁ କୌଣଷି ସରକାରୀ ବାବୁଙ୍କ ଆନ୍ତରିକତା ଯେମିତି ନାହିଁ ।  ଏହାରି ଭିତରେ ସାଧାରଣରେ ଚର୍ଚ୍ଚା କରୋନା ମହାମାରୀ ସଂକ୍ରମଣ ଭୟରେ ବର୍ଷା ବାହାରକୁ ଆସିବାକୁ ଡରୁଛନ୍ତି ନଚେତ ବର୍ଷା କେଉଁଠି ଚୋରି ହୋଇଯାଇଛି ।

Leave A Reply

Your email address will not be published.