ଶ୍ରମିକ ବଦଳରେ କାମ କରୁଛି ଜେସିବି ମେସିନ୍।ବିଭାଗ ପାଖରେ ସୂଚନା ନାହିଁ ।

0 1,150

କଳାହାଣ୍ଡି,(ପିପିଟି)୧୫/୦୬,କରୋନା ଭଳି ମହାମାରୀ ସମୟରେ ଗରିବ ,ଖଟିଖିଆ ଓ ନିଷ୍ପେସିତ ଲୋକ ମାନଙ୍କ ଜୀବନ ଓ ଜୀବିକାକୁ ବଞ୍ଚାଇବା ପାଇଁ କେନ୍ଦ୍ର ସରକାର ମନରେଗା ଯୋଜନା ମାଧ୍ୟମରେ ଜବକାର୍ଡ ଧାରୀଙ୍କୁ  ଯଥା ସମ୍ଭବ ମାଟିକାମ ଯୋଗାଇବା ପାଇଁ ନିଶ୍ଚିତ କରିଛନ୍ତି । ଶ୍ରମିକ ଶ୍ରେଣୀର ଲୋକଙ୍କ ଦୁଃଖ ଦୂର କରିବାକୁ ମନରେଗା କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ମଧ୍ୟଦେଲେ ।ହେଲେ ବଡ ଦୁଃଖର ବିଷୟ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ର ରେଙ୍ଗାଲିପାଳି ପଞ୍ଚାୟତରେ ଅସାଧୁ ଉପାୟ ମାଧ୍ୟମରେ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ କିଛି ଠିକାଦାର ,ଜନ ପ୍ରତିନିଧି ଓ ଜେସିବି ମେସିନ ମାଲିକ ମାନେ ଜବକାର୍ଡ ଧାରୀଙ୍କୁ ଭୁଆଁ ବୁଲାଇ ଜେସିବି ମେସିନ ସାହାଯ୍ୟରେ ଶୀଘ୍ର କାମସାରି ଅର୍ଥ ଲୁଟ କରିବାର ଉପାୟ କରିଛନ୍ତି । ରେଙ୍ଗାଲିପାଳି ପଞ୍ଚାୟତ ଗୋଡଭୁଞ୍ଜା ଗ୍ରାମର ବଡବନ୍ଧର ମାଟିକାମ ରେ ଶ୍ରମିକ ବଦଳରେ ଜେସିବି ମେସିନ ଲଗାଇ କାମ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସବୁଠୁଁ ଆଶ୍ଚର୍ଯ୍ୟର କଥା ଯେ ବ୍ଲକ୍ ରେ ହେଉଥିବା କାମର ତଦାରଖ ପାଇଁ ସରପଞ୍ଚ ,ଜିଆରଏସ ,ଜେଇଙ୍କ ଠାରୁ ନେଇ ବିଡିଓ ଅଛନ୍ତି ତେବେ କେଉଁ ପରିସ୍ଥିତିରେ ମେସିନ ସାହାଯ୍ୟରେ କାମହେଲା ବିଭାଗ ପାଖରେ କୌଣସି ସୂଚନା ନଥିବା ସନ୍ଦେହ ସୃଷ୍ଟି କରିଛି । ଏପଟେ ବିନା ସୂଚନା ଫଳକରେ କାମ ହେଉଥିବା ଦେଖିବାକୁ ମିଳିଥିବା ବେଳେ ଏ ସଂପର୍କରେ ଜିଆରଏସ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କୁ ପଚାରିବାରୁ ମୁଁ ମେସିନ ଲାଗିବା କଥା ଜାଣିନାହିଁ ବୋଲି ସଫେଇ ଦେଇଥିଲେ । ସେହିପରି ସହକାରୀ ନିର୍ବାହୀ ଯନ୍ତ୍ରୀ ବାଞ୍ଛାବଟ ପାଣ୍ଡେଙ୍କୁ କାର୍ଯ୍ୟର ନାମ ଓ ସୂଚନା ଫଳକ ବାବଦରେ ପଚାରିବାରୁ କାର୍ଯ୍ୟରେ ଚଞ୍ଚକତା କରି ଅର୍ଥ ଆତ୍ମସାତ କରୁଥିବା ଭଳି କେଉଁ କାମ ହୋଇଛିଯେ, ସେ ବିଷୟରେ ମୁଁ କିଛି ଜାଣିନାହିଁ ବୋଲି ସଫେଇ ଦେଇଥିଲେ ।
ରିପୋର୍ଟ -ବବୁଲୁ ସାହୁ ।

Leave A Reply

Your email address will not be published.