ଶ୍ରମଜୀବିଙ୍କ ଅଧିକାର ହଡପ ନୀତି ବିରୋଧରେ ୩ ଜୁଲାଇ ଦେଶବ୍ୟାପୀ ପ୍ରତିବାଦରେ ଆଦିବାସୀ ଭାରତ ମହାସଭା ଭାଗନେବ ।

0 781

ଭଞ୍ଜନଗର,ତା -୨୮/୦୬(ପିପିଟି);  ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ଓ କୃଷକ ମାରଣନୀତି ବିରୁଦ୍ଧରେ ୩ ଜୁଲାଇ  ଦେଶବ୍ୟାପୀ ପ୍ରତିବାଦ ପ୍ରଦର୍ଶନ କରିବା ପାଇଁ ଆହ୍ବାନ ଦିଆଯାଇଛି । ଏହାକୁ ସଫଳ କରିବା ପାଇଁ ଆଦିବାସୀ ଭାରତ ମହାସଭା(ଏ.ବି.ଏମ୍) ରାସ୍ତାକୁ ଓହ୍ଳାଇବ ।ପ୍ରତ୍ୟେକ ଅଞ୍ଚଳର ଆଦିବାସୀ ସଭାପତିଙ୍କ ସହ ଆଲୋଚନା କରି ବ୍ୟାପକ ପ୍ରସ୍ତୁତି ଚାଲିଛି । ଆଦିବାସୀ ଭାରତ ମହାସଭାର ରାଜ୍ୟ ଆବାହକ ତଥା ଗଞ୍ଜାମ ଜିଲ୍ଲା ସମ୍ପାଦକ ଟୁନା ମଲ୍ଲିକ ମୋଦି ସରକାରଙ୍କ ମନୁବାଦୀ, ହିନ୍ଦୁତ୍ୱ, ଏକଛତ୍ରବାଦ ନୀତିକୁ ଦୃଢ ନିନ୍ଦା କରିବା ସହ କରୋନା ସଙ୍କଟ ସମୟରେ କର୍ପୋରେଟ କମ୍ପାନୀ ସ୍ବାର୍ଥରେ ମୋଦୀ ସରକାର ଶ୍ରମିକ, କୃଷକ, ଦଳିତ, ଆଦିବାସୀଙ୍କ ବିରୋଧରେ ସମସ୍ତ ନିଷ୍ପତ୍ତି ନେଇଛନ୍ତି । ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ଆଦିବାସୀ ଭାଇ ଭଉଣୀ ଏକଜୁଟ ହୋଇ ପ୍ରତିବାଦ କରିବୁ ।ଏଇ ନିକଟରେ ସୁପ୍ରିମକୋର୍ଟ ନୀତ (NEET) ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟବେକ୍ଷଣ କରିଛନ୍ତି ଯେ ସଂରକ୍ଷଣ ଏକ  ମୌଳିକ ଅଧିକାର ନୁହେଁ, ଏହା ଆଜିର ନିୟମ ଅଟେ । ଅନ୍ୟପକ୍ଷରେ ଦିଲ୍ଲୀରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରୁଥିବା ବିଜେପି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଆତଙ୍କବାଦୀଙ୍କ ଘନିଷ୍ଠ ସହଯୋଗୀ ଡିଏସପି ଦେବନ୍ଦର ସିଂ ଜାସୋ ଜାମିନ ପାଇଛନ୍ତି ଏବଂ ମୋଦୀ ସରକାରଙ୍କ ଜନ ବିରୋଧୀ ସି.ଏ.ଏ ଓ ଏନ୍.ଆର.ସି କୁ ବିରୋଧ କରୁଥିବା ଛାତ୍ର, ସାମ୍ବାଦିକ, ବୁଦ୍ଧିଜୀବୀ, ମାନବାଧିକାର କର୍ମୀଙ୍କୁ ଆଇନର ଦ୍ବାହି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କୋଭିଡ-୧୯ ସଙ୍କଟରେ ନ୍ୟାୟପାଳିକା କେନ୍ଦ୍ର ସରକାରଙ୍କୁ ରଥଯାତ୍ରା ଓ ମନ୍ଦିର ନିର୍ମାଣ ପାଇଁ ନିର୍ଦ୍ଦେଶ ଦେବା ପରିବର୍ତ୍ତେ ଶ୍ରମିକ, କୃଷକ, ଆଦିବାସୀ, ଅଭାବୀ ଜନତାଙ୍କ  ସ୍ୱାସ୍ଥ୍ୟ ସୁରକ୍ଷା, ନିରାପଦ ଗତିବିଧି ତଥା ଜୀବିକା ନିର୍ବାହ କୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ସହାୟତା ପ୍ରଦାନ କରିବା ନିମନ୍ତେ ନିର୍ଦ୍ଦେଶ ଦେବାର ଆବଶ୍ୟକତା ରହିଛି ।  କରୋନା ସମସ୍ୟା ହେତୁ ଦେଶରେ ସଂକ୍ରମଣ ଓ ମୃତ୍ୟୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି, ୫ ଲକ୍ଷରୁ ଅଧିକ ସଂକ୍ରମଣ ସହ ୧୫ ହଜାର ରୁ ଅଧିକ ମୃତ୍ୟୁ ବରଣ କରିଛନ୍ତି । ସଠିକ୍ ସମୟରେ ଟେଷ୍ଟ ନାହିଁ କି  ଚିକିତ୍ସା କରାଯାଉ ନାହିଁ ତେଣୁ ଆଗାମୀ ସମୟରେ ଆହୁରି ବିସ୍ଫୋରଣ ସ୍ଥିତି ତିଆରି ହେବ । ଏଥିପ୍ରତି ମୋଦି ସରକାରଙ୍କ ସାମାନ୍ୟତମ ଚିନ୍ତାନାହିଁ ବରଂ ଏହି ସମୟକୁ ବ୍ୟବହାର କରି ବହୁ ସଂଘର୍ଷରେ ହାସଲ ହୋଇଥିବା ଶ୍ରମ ଆଇନରେ ବ୍ୟାପକ ଶ୍ରମିକ ବିରୋଧୀ ସଂଶୋଧନ, କୃଷି କ୍ଷେତ୍ରରେ ଠିକା ଚାଷ ବ୍ୟବସ୍ଥା ସହ ବଜାର ବ୍ୟବସ୍ଥା କୁ କମ୍ପାନୀ ହାତକୁ ଟେକି ଦେବା ପାଇଁ ଅଧ୍ୟାଦେଶ, ପରିବେଶ ବିରୋଧୀ ଆଇନ ଆଣିବା ସହ  ଦଳିତ, ଆଦିବାସୀ ଓ ପଛୁଆବର୍ଗଙ୍କ ଉପରେ ଭୟଙ୍କର ଆକ୍ରମଣ ଆରମ୍ଭ କରିଛନ୍ତି ।  ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ ଜନ୍ମ ପ୍ରମାଣପତ୍ର ଧାରା ୩୪୧ ଅନୁଯାୟୀ ଯେଉଁ ସଂରକ୍ଷଣ ଉପଲବ୍ଧ ଥିଲା, ଏହାକୁ ମଧ୍ୟ ହଟାଇବାକୁ ଯାଉଛି । କର୍ପୋରେଟର ଦଲାଲ ଫାସିବାଦୀ ଆରଏସଏସ ଏବଂ ମୋଦୀ ସରକାରଙ୍କ ବର୍ବର ଦମନ ବିରୁଦ୍ଧରେ ଆଦିବାସୀ ଭାରତ ମହାସଭା ଜୁଲାଇ ୦୩ ଦେଶବ୍ୟାପୀ ପ୍ରତିବାଦରେ ସାମଲ ହେବ। ସମସ୍ତ ପ୍ରଗତିଶୀଳ, ଜନପ୍ରିୟ, ଦେଶପ୍ରେମୀ, ଶ୍ରମିକ, କୃଷକ, ଆଦିବାସୀ, ଦଳିତ ବଂଧମାନେ ଏକଜୁଟ ହୋଇ  ଜୁଲାଇ ୦୩ ଦେଶବ୍ୟାପୀ ପ୍ରତିବାଦକୁ ସଫଳ କରିବା ପାଇଁ ଆହ୍ବାନ ଦେବା ସହ ସ୍ବାଧୀନତା ଆନ୍ଦୋଳନରେ ଆଦିବାସୀ ମାନେ ବିରତ୍ବ ପ୍ରଦର୍ଶନ କରିଥିଲେ ପୁଣି ଥରେ ଦେଶକୁ ରକ୍ଷା କରିବା ପାଇଁ ଆଦିବାସୀଙ୍କୁ ଏକଜୁଟ ହେବା ପାଇଁ ଆହ୍ବାନ ଦେଇଛନ୍ତି । ଆଦିବାସୀ ଭାରତ ମହାସଭାର ଜିଲ୍ଲା ସମ୍ପାଦକ ଟୁନା ମଲ୍ଲିକ ଏକ ପ୍ରେସ ନୋଟ ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.