ଶେରଗଡ଼ ତହସିଲ କାର୍ଯ୍ଯାଳୟ ପକ୍ଷରୁ ବୃକ୍ଷ ରୋପଣ ।

0 235

ଶେରଗଡ,୨୬/୦୬(ପିପିଟି); ଶେରଗଡ ତହସିଲ ପରିସର ରେ ଶୁକ୍ରବାର ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଉପସ୍ଥିତରେ ତହସିଲଦାର ଡ଼ ଦାୟସିନ୍ଧୁ ପରିଡ଼ାଙ୍କ ସମେତ ତହସିଲ କାର୍ଯ୍ଯାଳୟର ସମସ୍ତ କର୍ମ ଚାରୀ ବୃକ୍ଷ ରୋପଣ କରିଥିଲେ । ଜନ ସାଧାରଣଙ୍କୁ ବୃକ୍ଷ ରୋପଣ ର ଉପକରିତା ସମ୍ପର୍କ ରେ ବୁଝାଇ ଥିଲେ ଏବଂ ସମସ୍ତଙ୍କୁ ବୃକ୍ଷ ରୋପଣ ପାଇଁ ତହସିଲଦାର ଅନୁରୋଧ କରିଥିଲେ ଓ ପରିବେଶ ସୁରକ୍ଷାର ବାର୍ତ୍ତା ମଧ୍ୟ ଦେଇଥିଲେ। ତହସିଲକୁ ସବୁଜ ସୁନ୍ଦର କରିବା ପାଇଁ ତହସିଲଦାରଙ୍କ ଏପରି ବୃକ୍ଷ ରୋପଣ ଭଳି ମହତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଜଣ ସାଧାରଣ ପ୍ରଶଂସା କରିଛନ୍ତି। ଏହି ଅବସରରେ ତହସିଲ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

(ରିପୋର୍ଟ- ଭିକୁ ନାୟକ। )

Leave A Reply

Your email address will not be published.