ଶେରଗଡ,୨୨/୦୬(ପିପିଟି); ଶେରଗଡ଼ ବ୍ଲକ ପରିଦର୍ଶନରେ ଆସି ଅପରାହ୍ନ ରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଏକ ସମୀକ୍ଷା ବୈଠକ କରିଥିଲେ । ବିଭିନ୍ନ ବିଭାଗର ଉନ୍ନୟନ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ । ଉକ୍ତ ବୈଠକ ରେ ପ୍ରାୟ ବିଭିନ୍ନ ବିଭାଗର ଅଧିକାରୀଙ୍କ ଅନୁପସ୍ଥିତକୁ ନେଇ କ୍ଷୁବ୍ଧ ହୋଇଯାଇଥିଲେ । ଉକ୍ତ ବୈଠକରେ ନାଳ ନର୍ଦମା ବିଭାଗର ଷୋହଳ ଟି କାର୍ଯ୍ୟର ଅଗ୍ରଗତି, ଜଳସେଚନ ବିଭାଗର ଦଶ ଟି କାର୍ଯ୍ୟ, କ୍ଷୁଦ୍ର ଜଳସେଚନ ବିଭାଗର ଆଠ ଟି କାର୍ଯ୍ୟର ଅଗ୍ରଗତି ଉପରେ ଆଲୋଚନା କରିଥିଲେ ।ଶେରଗଡ଼ ନାଳ କାର୍ଯ୍ୟ ଶୀଘ୍ର ଆରମ୍ଭ ପାଇଁ ବରିଷ୍ଠ ବିଜେଡ଼ି ନେତା ହୃଷିକେଶ ପାଢ଼ୀ ଦାବି କରିଥିଲେ। ଡ଼େଙ୍ଗାପଦର ରୁ ବାକିଲିକଣା ରାସ୍ତାର ଉନ୍ନତି ପାଇଁ ଡ଼େଙ୍ଗାପଦର ସରପଞ୍ଚ ରାମକୃଷ୍ଣ ପଲାଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ। ଚାଷୀ ମାନଙ୍କୁ ଯଥା ଶୀଘ୍ର ସାର ଯୋଗାଇବା ପାଇଁ କୃଷି ଅଧିକାରୀଙ୍କୁ ଆଦେଶ ଦେଇଥିଲେ । ଉକ୍ତ ବୈଠକରେ ଭଞ୍ଜନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ବ୍ଲକ ଅଧକ୍ଷା ସାରସ ସ୍ୱାଇଁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶମ୍ବୁନାଥ ନନ୍ଦୀ, ତହସିଲଦାର ଡ଼ ଦୟାସିନ୍ଧୁ ପରିଡା, ଥାନା ଅଧିକାରୀ ମମତା ସାମନ୍ତରାୟ, ନାଳ ନର୍ଦମା ଯନ୍ତ୍ରୀ ବେଣୁଗୋପାଳ ବେହେରା, କ୍ଷୁଦ୍ର ଜଳସେଚନ ଯନ୍ତ୍ରୀ ଗଜାନନ ନାୟକ, ଗ୍ରାମ୍ୟ ଉନୟନ ଯନ୍ତ୍ରୀ ଗିରିଶ ଚନ୍ଦ୍ର ନାୟକ, ସିଡିପିଓ ଗୀତାରାଣୀ ରାଉଳ, ଉଦ୍ୟାନ ଅଧିକାରୀ ସୌରଭ ପାଣିଗ୍ରାହୀ, ଯୁବ ବିଜେଡ଼ି ସଭାପତି ସନ୍ତୋଷ ପଟ୍ଟନାୟକ, ହିନ ବେହେରା, ବିଜେଡ଼ି ସଭାପତି, ଶରତ ପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ ।
( ରିପୋର୍ଟ- ଭିକୁ ନାୟକ। )