ଶିଶୁ ବିକାଶ ପ୍ରକଳ୍ପର ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ୱ କାର୍ଯ୍ୟକ୍ରମ ଅନୁଷ୍ଠିତ ।

0 282

କୋଦଳା,(ପିପିଟି ନ୍ଯୁଜ୍)୦୫/୦୬, ବେଗୁନିଆପଡ଼ା ବ୍ଲକ ଶିଶୁ ବିକାଶ ପ୍ରକଳ୍ପ କାର୍ୟାଳୟ ତରଫରୁ ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ ଆବାହକତ୍ୱରେ ମିଶନ ଶକ୍ତି କୋଭିଡ଼-୧୯ ର ସୁରକ୍ଷା। ଓ ସଚେତନ ନିମନ୍ତେ ଅଙ୍ଗନବାଡି ଓ ସ୍ବୟଂସିଦ୍ଧା ମାନଙ୍କୁ ନେଇ ,ଆମ ସ୍ବାସ୍ଥ୍ୟ ଆମ ଦାୟିତ୍ଵ ,ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ମହାମାରି କରୋନା ଭାଇରସ ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି । ଓଡିଶା ରାଜ୍ୟ ଗଞ୍ଜାମ ଜ଼ିଲ୍ଲାରେ  ସବୁଠୁ ଅଧିକ ସଂକ୍ରମିତ ହେବାରେ ଲାଗିଛି । ଏଥି ଲାଗି ଗଞ୍ଜାମ ଜ଼ିଲ୍ଲା ପ୍ରଶାସନ ଆରମ୍ଭ କରିଛନ୍ତି ,ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ୱ ।ବିଡିଓ ବେଦବର ପ୍ରଧାନଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ତାଲିମ ଶିବିର ରେ  ଲୋକେ ଜେମିତି ଏହି କିଲ୍ଲର ମହାମାରୀ କରୋନା ଦାଉରୁ ନିଜକୁ ଓ ନିଜ ପରିବାରକୁ ସୁରକ୍ଷା ଦେଇପାରିବେ ଓ ସଚେତନ ରହିବେ ସେଥି ନିମିତ୍ତ ପ୍ରତ୍ୟେକ ପଞ୍ଚାୟତରେ କେମିତି ସଚେତନ ରହିବେ ଏବଂ କରୋନ ଭୁତାଣୁକୁ କେମିତି ମୁକାବିଲା କରିବେ ତାହା ଉପରେ ଆଲୋଚନା କରି ଉପସ୍ଥିତ ସ୍ବେଛାସେବୀ , ଅଙ୍ଗନୱାଡି କର୍ମୀ,ଆଶା କର୍ମୀ,ଶିକ୍ଷକ ମାନେ ଓ ମିଶନ ଶକ୍ତିର କର୍ମୀ,ସ୍ବୟଂ ସହାୟକ ଗୋଷ୍ଠୀର ମାଁ ମାନଙ୍କୁ ବୁଝାଇ ତାଲିମ ପ୍ରଦାନ କରିଥିଲେ ଏବଂ ପ୍ରତ୍ୟେକ ପଞ୍ଚାୟତ ପାଇଁ ଆଶା ଦିଦି ୪,ଅଙ୍ଗନୱାଡି ୪,ଶିକ୍ଷକ ୨,ମହିଳା ଗ୍ରୁପ ମାଁ ୨୦,ଓ ଗ୍ରାମ ଭଲିଣ୍ଟିଅର ୧୦ ଜଣ ଏମିତି ୪୦ ଜଣିଆ ଗ୍ରୁପ ଯାଇ ଲୋକଙ୍କୁ ସଚେତନ କରିବାକୁ ନିଷ୍ପତି ନିଆ ଯାଇଥିଲା । ଆଗାମୀ ଦିନରେ କେମିତି ସମସ୍ତେ ସଚେତନ ରହିବେ ତାହା ଉପରେ ଆଲୋଚନା କରାଯାଇଥିଲା ।ଏହି ତାଲିମ ଶିବିର ରେ ଅନ୍ୟମାନଙ୍କ ମଧ୍ୟ ରେ ବିଇଓ , ବିପିସି ,ମେଡିକାଲ କର୍ମଚାରୀ , ବିପିଓ , ଶିକ୍ଷକ ଓ ଶିକ୍ଷୟତ୍ରୀ , ଅଙ୍ଗନୱାଡି ସୁପର ଭାଇଜର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.