ଶିକ୍ଷାଗତ ଯୋଗ୍ୟତାରେ ଜନ୍ମତାରିଖକୁ ନେଇ ଜାଲିଆତି

0 932

ଗଞ୍ଜାମ ,ପି.ପି.ଟି ନ୍ୟୁଜ୍, ଗଂଜାମ ଜିଲ୍ଲାରେ ମାଳ ମାଳ ନକଲି ଶିକ୍ଷକ ଜାଲି ଶିକ୍ଷାଗତ ସାର୍ଟିଫିକେଟ ପ୍ରଦାନ କରି ଚାକିରି କରୁଥିବାବେଳେ ବେଳେ ଏଥି ମଧ୍ୟରୁ ୩୦ ଜଣ ନକଲି ଶିକ୍ଷକ ଧରାପଡ଼ିଛନ୍ତି। ବର୍ତ୍ତମାନ ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ ରେ ମିଥ୍ୟା ଜନ୍ମ ତାରିଖ ପଡ଼ିଥିବା ନେଇ ଅଭିଯୋଗ ଉଠିଛି। କାର୍ଯରତ ଦୁଇଭାଇଙ୍କ ବୟସ ଜାଲିଆତି ହେଇଥିବା ନଜର କୁ ଆସିଛି। ପୋଲସରା ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ କାର୍ଯ୍ୟରତ ତ୍ରିଲୋଚନ ତ୍ରିପାଠୀ , ପିତା ଲକ୍ଷ୍ମଣ ତ୍ରିପାଠୀ ଜନ୍ମ ୮.୪.୧୯୬୧ ହୋଇଥିବାବେଳେ ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧିନରେ ରାମପଲ୍ଲୀ ପିୟୁସିଏସ୍ ରେ କାର୍ଯ୍ୟରତ ଶିକ୍ଷକ ପଞ୍ଚାନନ ତ୍ରିପାଠୀ ଙ୍କ ପିତା, ଲକ୍ଷ୍ମଣ ତ୍ରିପାଠୀ ଜନ୍ମ ୧.୯.୧୯୬୧ ଅଛି। ଦୁଇ ଭାଇଙ୍କ ଜନ୍ମ ମଧ୍ୟରେ ପ୍ରାୟ ୫ ମାସ ବ୍ୟବଧାନ ରହିଛି ଯାହା ବିଜ୍ଞାନ ସମ୍ମତ ନୁହେଁ। ତେଣୁ ସଂଦେହ ସୃଷ୍ଟି ହୋଇଛି। ଏହି ଘଟଣାର ତଦନ୍ତ କରିବା ସହ ଉଭୟ ଙ୍କ ଶିକ୍ଷାଗତ ପ୍ରମାଣପତ୍ର ପ୍ରତି ଧ୍ୟାନ ଦେଇ ତଦନ୍ତ ପରିସରଭୁକ୍ତ କରିବାକୁ ଅଲ୍ ଇଣ୍ଡିଆ ଫରୱଡ୍ ବ୍ଲକ୍ ର ଜିଲ୍ଲା ସାଧାରଣ ସଂପାଦକ ସମରଜିତ୍ ମାହାନ୍ତି ଜିଲ୍ଲା ଶିକ୍ଷାଧିକାରିଙ୍କ ନିକଟରେ ଦାବି କରିଛନ୍ତି। ଯଦି ତଦନ୍ତ ରେ ଦୋଷୀ ଚିହ୍ନଟ ହୁଅନ୍ତି ତାହାହେଲେ ବିଭାଗିୟ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ରାଜକୋଷରୁ ନେଇଥିବା ଦରମା ବାବଦରେ ଅର୍ଥ କୁ ମଧ୍ୟ ଆଦାୟ କରାଯାଉ ବୋଲି ସେ ଦାବି କରିଛନ୍ତି।

Leave A Reply

Your email address will not be published.