ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ।

0 25

ଭଞ୍ଜନଗର,୧୮/୦୬(ପିପିଟି); ୱାର୍ଲଡ ହ୍ୟୁମାନ ରାଇଟସ ପ୍ରୋଟେକ୍ସନ ଅନୁଷ୍ଠାନ (ଡବ୍ଲୁଏଚଆରର୍ପିଓ) ପକ୍ଷରୁ ଚୀନ ସେନାର ଅତର୍କିତ ଆକ୍ରମଣର ମୁକାବିଲା ସମୟରେ ୨୦ ଭାରତୀୟ ସୈନ୍ୟ ଶହୀଦ ହୋଇଥିଲେ.ଏଥିରେ ଓଡିଶାର ଦୁଇ ଯବାନ ମଧ୍ୟ ଶହୀଦ ହୋଇଛନ୍ତି ।ଏହି ପରିପେକ୍ଷୀରେ ଶହୀଦ ଯବାନଙ୍କ ଉଦେଶ୍ୟରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଡବ୍ଲୁଏଚଆରପିଓ ଏବଂ ବଦାଙ୍ଗି ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଥିଲା । କ୍ୟାଣ୍ଡେଲ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା । ଚୀନ ସୈନ୍ୟର ଦୋମୁହାଁ ନୀତି ମୁକାବିଲା ନିମନ୍ତେ ପ୍ରତ୍ୟେକ ନାଗରିକ ଚାଇନା ବସ୍ତୁ ପ୍ରତ୍ୟାହାର ନିମନ୍ତେ ସଂକଳ୍ପ ଗ୍ରହଣ କରିବାକୁ ଆୟୋଜିତ କାର୍ଯ୍ୟକ୍ରମରେ ଆହ୍ୱାନ ଦିଆଯାଇଥିଲା । ସେହିଭଳି ଉପସ୍ଥିତ ଗ୍ରାମର ଯୁବପିଢ଼ି ଚୀନ ସାମଗ୍ରୀ ବର୍ଜନ ନିମନ୍ତେ ଶପଥ ଗ୍ରହଣ କରିଥିଲେ । ଏଥିରେ ଡବ୍ଲୁଏଚଆରପିଓ ଦକ୍ଷିଣ ଓଡିଶା ସଂଯୋଜକ ସତ୍ୟନାରାୟଣ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପୂର୍ଣ୍ଣଚନ୍ଦ୍ର ସାହୁ,ଅଜିତ ଖାଡଙ୍ଗା,ସଞ୍ଜୟ ବେହେରା, ମନୋରଞ୍ଜନ ସାହୁ,ବୁଲୁ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ

Leave A Reply

Your email address will not be published.