ଶହୀଦ ଜବାନଙ୍କୁ ଶ୍ରଦ୍ଧାଞ୍ଜାଳୀ ।

0 596

ପଦ୍ମପୁର,ତା-୨୧/୦୬(ପିପିଟି); ଗତ ଜୁନ୍ ୧୫ ରାତିରେ ଭାରତ ଏବଂ ଚୀନ୍ ସୀମା ଗଲୱାନ ଭେଲି  ଅଂଚଳରେ ଭାରତୀୟ ସେନା ବାହିନିର କିଛି ଜବାନଙ୍କୁ କିଛି ଚୀନ୍ ସୈନ୍ୟଙ୍କ ସହ ବିବାଦରେ ଶହୀଦ ହୋଇଥିଲେ। ଏହି ଘଟଣା ପରେ ଉଭୟ ଚୀନ୍ ଏବଂ ଭାରତ ସୀମାରେ ଅଶାନ୍ତି ବଢିବାକୁ ଲାଗିଥିବା ବେଳେ ଦେଶ ବାସିଙ୍କ ମନରେ ମଧ୍ୟ ଏହି ଘଟଣାକୁ ନେଇ ଉତେଜନା ବଢିବା ସହ ଚିନ୍ ଦ୍ରବ୍ୟ ବର୍ଜନ ପ୍ରମୁଖ ଦାବି ଦେଖିବାକୁ ମିଳୁଛି। ଅନ୍ୟ ପଟେ ଶହୀଦ ହୋଇଥିବା ଭାରତୀୟ ଜବାନ ମାନଙ୍କ ପାଇଁ ସାରା ଦେଶରେ ଶୋକ ର ଛାୟା ଥିବା ବେଳେ ବହୁ ଜାଗାରେ ଶହୀଦ ଜବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରା ଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ପଦ୍ମପୁର ସହର ସ୍ଥାନୀୟ ଦୁର୍ଗା ମନ୍ଦିର ଠାରେ ଏକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କାର୍ଯ୍ୟକ୍ରମ କରା ଯାଇଥିଲା। ପଦ୍ମପୁର ଭାରତୀୟ ଜନତା ଜୁବା ମୋର୍ଚ୍ଚା ତରଫରୁ ଦୀପ ପ୍ରଜ୍ବଳନ କରି ଦେଶ ପାଇଁ ନିଜର ଜଳାଞ୍ଜଳୀ ଦେଇ ଚିର ଦିନ ପାଇଁ ନିଜର ନା କୁ ଭାରତର ବିର ପୁତ୍ରଙ୍କ ଇତିହାସ ରେ ସ୍ବାର୍ଣମୟ ଅକ୍ଷରରେ ଲିପି ବଦ୍ଧ କରିଯାଇଥିବାରୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ଜୟକାର କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନଗର ସଭାପତି ସୁନିଲ କୁମାର ଅଗ୍ରୱାଲ, ବରଗଡ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରିତେଶ ବହିଦାର, ବରିଷ୍ଠ ନେତା ଅଶୋକ ମିଶ୍ର, ନିରୋଜ ଦାଶ, ଡା. ନାରାୟଣ ପୁରୋହିତ, ନଗର ଯୁବମୋର୍ଚ୍ଚା ସଭାପତି ପ୍ରମୋଦ ମେହେର , ଯୁବନେତା ନରେଶ ସୁନ୍ଦର ସାହୁ, ଇଂ କୁନାଲ ପାଣିଗ୍ରାହୀ, ନବକିଶୋର କଣ୍ଟା, ହିତେଷ ଅଗ୍ରୱାଲ, ସୁରେଶ ସାହୁ, ଦିନେଶ ବାରିକ, ରାଜିବ ବଗର୍ତି, ଦିପକ ବାରିକ, ସିଦ୍ଘେଶ୍ବର ମହାରଣା, ନବ କିଶୋର ମେହେର, ସୁମିତ ପାତ୍ର, ସାଜିଦ ଖାଁନ, କାହ୍ନା ବାରିକ, ରାଜୁ ଭାଇ ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.