ଵିଜ୍ଞାପିତ ଅଞ୍ଚଳ ପରିଷଦ ର ଦୋକାନୀ ମାନଙ୍କ ଭଡା ଛାଡ ପାଇଁ ଦାବି ପତ୍ର ।

0 80

ପଦ୍ମପୁର,(ପିପିଟି ନ୍ଯୁଜ୍)୨୪/୦୪-ପଦ୍ମପୁର ଉପଖଣ୍ଡ ସଦରମହକୁମାର ଵିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ଥିବା ଦୋକାନୀ ମାନେ ବର୍ତ୍ତମାନ ସାରା ଦେଶ ରେ ଚାଲିଥିବା ଲକ ଡାଉନ ଯୋଗୁଁ ଆର୍ଥିକ ଅଭାବ ଓ ଅନଟନ ଦେଇ ଗତି କରୁଛନ୍ତି। ସାରା ବିଶ୍ୱକୁ ନିଜ କବଳିତ କରିଥିବା କରୋନା ଭୁତାଣୁ କୋବିଡ଼-୧୯ ଯୋଗୁଁ ସାରା ବିଶ୍ୱ ରେ ଏକ ପ୍ରକାର ଜରୁରୀ କାଳୀନ ପରିସ୍ଥିତି ଥିବା ବେଳେ ଭାରତରେ ମଧ୍ୟ ଗତ ମାର୍ଚ୍ଚ ମାସରୁ ଲକ ଡାଉନ ଚାଲି ଆସୁଛି । ଏଥିରେ ଗରିବ ମାନଙ୍କ ପାଇଁ ସରକାର ସବୁ ପ୍ରକାର ସୁବିଧା କରିଥିବା ବେଳେ ଧନୀ ମାନଙ୍କୁ ପ୍ରଭାବ ପଡୁ ନାହିଁ। ହେଲେ ମାଧ୍ୟମ ବର୍ଗର ପରିବାର ବ୍ୟବସାୟୀ ଏବଂ ଦୋକାନୀ ମାନଙ୍କୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି। ଏତେ ଦିନ ଧରି ବ୍ୟବସାୟ ଠପ ରହିବା ଯୋଗୁ ବର୍ତ୍ତମାନ ଏକ ଆର୍ଥିକ ଅନଟନ ଦେଖିବାକୁ ମିଳୁଛି। ଏ ନେଇ ପଦ୍ମପୁର ଵିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନରେ ଥିବା ବ୍ୟବସାୟୀ ମାନଙ୍କ ଦୋକାନର ତିନି ମାସର ଭଡା ଛାଡ଼ କରିବା ପ୍ରସ୍ତାବ ନେଇ ପଦ୍ମପୁର ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ଦଳ ଆଜି ପଦ୍ମପୁର ଏନ.ଏ.ସି ର କାର୍ଯ୍ୟ ନିର୍ବାହି ଅଧିକାରୀ ଶ୍ରୀଯୁକ୍ତ ଜୟନ୍ତ ସାହୁଙ୍କୁ ଭେଟିବା ସହ ଦୋକାନୀଙ୍କ ହିତରେ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରିଥିଲେ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.