ପଦ୍ମପୁର,(ପିପିଟି ନ୍ଯୁଜ୍)୨୫/୦୪ :- ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ତଥା ପୂର୍ବତନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଜୟ ରଂଜନ ସିଂ ବରିହା ଆଜି ତାଙ୍କ ତୋଫାନୀ ଗ୍ରସ୍ତ ରେ ପାଇକମାଲ ବ୍ଲକ ର ବୁକୁରାମୁଣ୍ଡା ଗ୍ରାମପଂଚାୟତ ସମେତ ବାଦିକଟା,ସରାଇକେଲା,ଲଖମରା ଓ ଚର୍ଦାପାଲି ଗ୍ରାମପଂଚାୟତ ମାନଙ୍କୁ ଯାଇ ଉପସ୍ଥିତ ନିର୍ମାଣ ଶ୍ରମିକ ଏବଂ ଉପସ୍ଥିତ ଜନସାଧାରଣ ଙ୍କୁ ଆଜିକାର ବିଶ୍ୱ ମ୍ୟାଲେରିଆ ଦିବସ ଅବସର ରେ ସଚେତନ ହେବା ସହ ବିଶ୍ୱ କୁ ଗ୍ରାମ କରିଥିବା କରୋନା ଭୂତାଣୁ ରୁ ନିଜେ ନିଜକୁ ସଂଜମତାର ସହ ଘରୁ ପଦାକୁ ନ ବାହାରିବା,କୌଣସି ଜରୁରୀ କାଳିନ ପରିସ୍ଥିତି ରେ ପଦାକୁ ବାହାରିଲେ ମାକ୍ସ ସଦାସର୍ବଦା ବ୍ୟବହାର ସହ ସାମାଜିକ ଦୂରତାରେ ରହି କଥାବାର୍ତା କରିବା ସଂଗେସଂଗେ ବାରମ୍ବାର ହାତ କୁ ୨୦ ସେକେଣ୍ଟ ପାଇଁ ଧୋଇବା ଇତ୍ୟାଦି ବୁଝାଇବା ସହ ପରାମର୍ଶ ଦେଇଥିଲେ । ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦୂରଦୃଷ୍ଟି ସମ୍ପର୍କ ରେ ରାଜ୍ୟ ର ଜନସାଧାରଣ ଙ୍କ ଜନହିତକର ଯୋଜନା,ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ଆସିଥିବା ସମସ୍ତ ନିର୍ମାଣ ଶ୍ରମିକ ମାନଙ୍କୁ ପ୍ରଦାନ କରିଥିଲୋ ତାଙ୍କ ବକ୍ତବ୍ୟ ରେ ସେକହିଲେକି ଲେବର କାର୍ଡ ହେଉଛି ଆପଣ ମାନଙ୍କ ସୁରକ୍ଷା କବଚ । ଆପଣ ମାନଙ୍କ ସେବାରେ ସଦାସର୍ବଦା ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଯତ୍ନଶୀଳ ଅଛନ୍ତି ଆଗକୁ ବଞ୍ଚିଥିବା ଯାଏ ରହିଥ୍ବେ ମଧ୍ୟ ବୋଲି ଉଦବୋଧନ ଦେଇଥିଲୋ ଏପରିପେକ୍ଷୀ ରେ ପ୍ରଥମେ ବୁକୁରାମୁଣ୍ଡା ଗ୍ରାମପଂଚାୟତ ରେ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକକଲ୍ୟାଣ ବୋର୍ଡ ପକ୍ଷରୁ ଆସିଥିବା ୧୫୦୦ଟଙ୍କାଜଣ ପିଛା ସହାୟତା ରାଶି ୩୬୯ ଜଣ ଙ୍କୁ ପ୍ରଦାନ କରିଥିଲେ । ଏହି ଅବସରରେ ସାଙ୍ଗରେ ମଞ୍ଚାସୀନ ଥିଲେ ପାଇକମାଲ ବ୍ଲକ ଅଧ୍ୟକ୍ଷ ଅଲତାପ ମହମ୍ମଦ ଭାଇ,ପାଇକମାଲ ବ୍ଲକ ର ମସ୍ୟ ବିଭାଗୀୟ ଅଧିକାରୀ ରମେଶ ଚନ୍ଦ୍ର ସେଠୀ,ସ୍ଥାନୀୟ ସରପଞ୍ଚ ଅଭିମନ୍ୟୁ ବରିହା,ପଞ୍ଚାୟତ ନିର୍ବାହୀ ଅଧିକାରୀ ବିର୍ଥରାମ ବରିହା ଓ ମହାନନ୍ଦ ପ୍ରଧାନ ଗ୍ରାମ ରୋଜଗାର ସେବକ ଉପସ୍ଥିତ ଥିଲେ ।ଏଠାରେ ବଣ୍ଟନ ପରେ ବାଦିକଟା ଗ୍ରା.ପ ଅଭିମୁଖେ ଯାଇ ବାଦିକଟା ସ୍ଥିତ ନୂତନ ଭାବେ ନିର୍ମିତ କଲ୍ୟାଣ ମଣ୍ଡପ ଠାରେ ସରପଂଚ ଡମ୍ବରୁଧର ପ୍ରଧାନ,ପଂଚାୟତ ରକାର୍ଯନିର୍ବାହୀ ଅଧିକାରୀ ଦେବାଶିଷ କୁମାର ଲୁହା ଓ ଆନନ୍ଦ କୁମାର ଦେବତା ଗ୍ରାମ ରୋଜଗାର ସେବକ ଙ୍କ ଉପସ୍ଥିତି ରେ ୫୦୩ ଜଣ ହିତାଧିକାରୀ ଙ୍କୁ ୧୫୦୦ ଲେଖାଏଁ ବଣ୍ଟନ କରି ସାରିବାପରେ ସରାଇକେଲା ଗ୍ରାମପଞ୍ଚାୟତ ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ଉପସ୍ଥିତ ନିର୍ମାଣ ଶ୍ରମିକ ଭାଇ ମାନଙ୍କୁ ମଧ୍ୟ ସଚେତନତାର ବାର୍ତା ଦେବାସାଙ୍ଗକୁ ୩୦୬ ଜଣ ନିର୍ମାଣ ଶ୍ରମିକ ଭାଇ ଭଉଣୀ ଙ୍କୁ ସରକାର ଙ୍କ ଠୁ ଆସିଥିବା ସହାୟତା ରାଶି ସରପଂଚ ନଳିନୀ ଗଡତିଆ ପଂଚାୟତ ନିର୍ବାହୀ ଅଧିକାରୀ ଆନନ୍ଦ ଲାଲ ଓ ଗ୍ରାମ ରୋଜଗାର ସେବକ କମଳାକାନ୍ତ ସାହୁ ଙ୍କ ଉପସ୍ଥିତି ରେ ପ୍ରଦାନ ପରେ ଛତିଶଗଡ ରାଜ୍ୟ କୁ ଲାଗିରହିଥିବା ଲଖମରା ଓ ଚର୍ଦାପାଲି ଗ୍ରାମପଂଚାୟତ ରେ ମିଳିତ ଭାବେ ଲଖମରା ଗ୍ରାମପଂଚାୟତ ପରିସର ଠାରେ ଚର୍ଦାପାଲି ଗ୍ରାମପଂଚାୟତ ସରପଂଚ ଗିରିଶ ନାଏକ ଓ ଲଖମରା ସରପଂଚ ଭିଷ୍ମଦେବ ଡନସନା ଙ୍କ ଉପସ୍ଥିତି ରେ ବିଧାୟକ ଓ ପାଇକମାଲ ବ୍ଲକ ଅଧ୍ୟକ୍ଷ ଅଲତାପ ମହମ୍ମ ଦଭାଇ ସମୁଦାୟ ୪୪୯ ଜଣ ନିର୍ମାଣ ଶ୍ରମିକ ଙ୍କୁ ୧୫୦୦ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲାା ଅନ୍ୟ ମାନଙ୍କ ମଧ୍ୟ ରେ ପ୍ରଦାନ ରାଶି ସମୟ ରେ ନିର୍ବାହୀ ଅଧିକାରୀ ମହେନ୍ଦ୍ର ବନଛୋର ଓ ଗ୍ରାମ ରୋଜଗାର ସେବକ କୃଷ୍ଣଚନ୍ଦ୍ର ବେହେରା ଉପସ୍ଥିତ ଥିଲେ । ଏଭଳି ସଙ୍କଟ ପିପତ୍ତି ସମୟ ରେ ବିଧାୟକ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ମାଣ ଶ୍ରମିକ ମାନଙ୍କ ଠାରେ ଛିଡା ହୋଇ ସାହା ହୋଇଥିବାରୁ ଉପସ୍ଥିତ ଜନତା ଧନ୍ୟବାଦ ଜଣାଇଛନ୍ତି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।
Next Post