ଲାଲସିଙ୍ଗ ଓ ଗୋଲାପଡା ପଞ୍ଚାୟତ ହେଲା କଣ୍ଟେନମେଣ୍ଟ ଜୋନ ।

0 362

ଭଞ୍ଜନଗର,୦୬/୦୭(ପିପିଟି); ଭଞ୍ଜନଗର ବ୍ଲକର ଲାଲସିଙ୍ଗ ପଞ୍ଚାୟତର ଲାଲସିଙ୍ଗ ଓ ଲଣ୍ଡେଇ ସାହିକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି କଣ୍ଟେନମେଣ୍ଟ ଜୋନ ଏବଂ ଛେଦାଭୂମି ଓ ରାଜ କୁଣ୍ଡୁ ଗ୍ରାମ ସମେତ ଏନ.ଏ.ସି ର ୧୦ ଓ ୧୪ନଂ ୱାର୍ଡକୁ ବଫର ଜୋନ ଘୋଷଣା କରାଯାଇଛି। ସେହିପରି ଗୋଲାପଡା ପଞ୍ଚାୟତର ଗୋଲାପଡା ଗ୍ରାମ କଣ୍ଟେନମେଣ୍ଟ ଜୋନ ଓ ଗୋପୀନାଥ ପୁର ଏବଂ ଆଗୁଳ ପଡା ଗ୍ରାମକୁ ବଫର ଜୋନ ଘୋଷଣା କରାଯାଇଛି।ଉକ୍ତ ଅଞ୍ଚଳରେ ଦୋକାନ ବଜାର, ଗାଡ଼ି ମଟର ଓ ଲୋକମାନଙ୍କ ଚଳ ପ୍ରଚଳ ଉପରେ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି। ଏହି ସ୍ଥାନ ଗୁଡିକରେ ଅତ୍ୟଧିକ ଜନସଂଖ୍ୟା ଏବଂ ବହୁ ପ୍ରବାସୀ ଓଡିଆମାନେ ରହୁଥିବା ବେଳେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ଗୋଷ୍ଠୀ ସଂକ୍ରମଣକୁ ଦୃଷ୍ଟିରେ ରଖି ସେମାନଙ୍କ ସୁରକ୍ଷା ନିମନ୍ତେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ବିଡ଼ିଓ ଅନୀଲ କୁମାର ସେଠୀ କହିଛନ୍ତି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.