ଲଭ୍ ଟୁ ଲାଇଫ ସଂଗଠନ ପକ୍ଷରୁ ବୃକ୍ଷରୋପଣ ।

0 227

ଦିଗପହଣ୍ଡି,୦୭/୦୮; ଦିଗପହଣ୍ଡି ବ୍ଲକ କଇଠଡା ପଞ୍ଚାୟତ ଅନ୍ତର୍ଗତ ମାଗୁରପଡା ମୁଖ୍ୟ ରାସ୍ତା ପାର୍ଶ୍ଵରେ ଲଭ୍ ଟୁ ଲାଇଫ ଏସଏଚଜି ଗ୍ରୁପ ସଦସ୍ୟ ମାନଙ୍କ ଦ୍ଵାରା ଗୁରୁବାର ଦିନ ବିଭିନ୍ନ ଧରଣର ଚାରା ରୋପଣ କରାଯାଇଥିବା ଜଣାପଡ଼ିଛି । ଗ୍ରୁପ ସଭାପତି ସନ୍ତୋଷ ପ୍ରଧାନଙ୍କ ନେତୃତ୍ବରେ ସଦସ୍ୟ ରଞ୍ଜନ ପ୍ରଧାନଙ୍କ ସହମତି କ୍ରମେ ସଦସ୍ଯଙ୍କୁ ଗଛର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ । ଏଥିସହ ପ୍ରତ୍ୟେକ ମନୁଷ୍ୟ ପରିବେଶକୁ ସବୁଜ ବନାନୀ କରିବା ତଥା ପରିବେଶକୁ ସଫାସୁତୁରା ରଖିବା ଏବଂ ସୁନ୍ଦର କରିବା ପାଇଁ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ଅନୁରୋଧ କରିଥିଲେ । ଏହି ରୋପଣ ସମୟରେ କାଳିଆ ପ୍ରଧାନ , ଅଞ୍ଜନ ପ୍ରଧାନ , ମନୋଜ ପ୍ରଧାନ , ଚିନ୍ମୟ ପ୍ରଧାନ , ସଚିନ୍ଦ୍ର ପ୍ରଧାନ , ଶଙ୍କର ପ୍ରଧାନ , ଶିବ ପ୍ରଧାନ , ଯୋଗେନ୍ଦ୍ର ପ୍ରଧାନ , ଅନନ୍ତ ବାଡତ୍ଯା , ସାଗର ବାଡତ୍ଯା , ଓମ୍ ପାତ୍ର , ବଳିଆ ମୁଳି ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ । ଦିଗପହଣ୍ଡି : ( ସାଇଦୀପୁ ପୂଜାରୀ )

Leave A Reply

Your email address will not be published.