ଲକ ଡାଉନରେ ଚାଲିଛି ଇଟା ଚାଲାଣ;ରାଜସ୍ବ ବିଭାଗ ଜଳକା ।

0 536

ଦିଗପହଣ୍ଡି,୨୭/୪ଦିଗପହଣ୍ଡି ତହସିଲ ଅଫିସ ସମ୍ମୁଖ ମୁଖ୍ୟ ରାଜରାସ୍ତାରେ ଲକ ଡାଉନ ସମୟରେ ମଧ୍ୟ ଟ୍ରାକ୍ଟରରେ ଇଟା ବୋଝେଇ ହୋଇ ଯାଉଥିବା ଦେଖିବାକୁ ମିଳିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ଦିଗପହଣ୍ଡି ତହସିଲ ଆଞ୍ଚଳରେ ବେଧଡ଼କ ପୋଡା ମାଟି ଇଟା ଭାଟି ରହିଛି। ଯେତେବେଳେ କି ଜିଲା ପ୍ରଶାସନ ନିକଟରେ ଖବର ରହିଛି ଯେ ଗଞ୍ଜାମ ଜିଲାର କିଛି ନିର୍ଦିଷ୍ଟ ଚିମିନି ଇଟା ଭାଟି ହିଁ ନ୍ୟାସନାଲ ଗ୍ରୀନ ଟ୍ରିବୁନାଲରୁ ଆପୃଭାଲେସନ ପାଇ ଚଳାଇଛନ୍ତି। ଅନ୍ୟ ସମସ୍ତ ସମ୍ପୂର୍ଣ୍ଣ ବେଆଇନ । ହେଲେ କେବଳ ନିର୍ଦ୍ଦିଷ୍ଟ ଅର୍ଥରାଶିର ରୟାଲିଟି କାଟି ନିଜ ପକେଟକୁ କିଛି ରଖି ଏଭଳି ବେଆଇନ ଇଟାଭାଟିକୁ ତହସିଲ କର୍ତ୍ତୃପକ୍ଷ ଓ ସମ୍ପୃକ୍ତ କର୍ମଚାରୀ ମାନେ ପ୍ରୋତ୍ସାହିତ କରୁଥିବା ଶୁଣିବାକୁ ମିଳିଛି। ତେବେ ଲକ ଡାଉନରେ ମଧ୍ୟ ନିର୍ଭୟରେ ଇଟା ବୋଝେଇ ଟ୍ରାକ୍ଟର ନେଇ ରାସ୍ତାରେ ଯିବାକୁ କେଉଁ କର୍ତ୍ତୃପକ୍ଷ ଅଧିକାରୀ ଅନୁମତି ଦେଲେ ସେଥି ନେଇ ନାନା ସମାଲୋଚନା ଜୋର ଧରିଛି।

Leave A Reply

Your email address will not be published.