ଲକ୍ ଡାଉନ ସମୟରେ ରକ୍ତ ଦାନ କରି ଜୀବନ ବଞ୍ଚାଇଲେ ବିଜୁ ଯୁବ ବାହିନୀ ସଭାପତି ।

0 138

ଦିଗପହଣ୍ଡି,(ପିପିଟି)୦୧/୦୫ ,ଆଜି ପବିତ୍ର ମଇ ଦିବସ । ଶ୍ରମିକ ଏବଂ ଦିନ ମଜୁରିଆଙ୍କ ପାଇଁ ଦିନଟିଏ । ହେଲେ ଲକ ଡାଉନ ଯୋଗୁଁ ସବୁ ନିରାଡ଼ମ୍ବରରେ ପାଳିତ କରିଛନ୍ତି। ଏଭଳି ସମୟରେ ଦିଗପହଣ୍ଡି ଏନଏସି ବିଜୁ ଯୁବ ବାହୀନି କ୍ଲବ  ବି  ସଭାପତି ନୀଳାଞ୍ଚଳ ରଥ ଯିଏକି କୁନା ଭାଇ ଭାବେ ବେଶ ପରିଚିତ ସେ ଆଜି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ହାତକୁ ନେଇଛନ୍ତି। ସବୁବେଳେ ସମାଜ ସେବା ପାଇଁ ନିଜକୁ ନିୟୋଜିତ କରିଥିବା ବେଳେ ଆଜି ଖବର ପାଇ ପହଞ୍ଚି ଥିଲେ ଅମିତ ହସ୍ପିଟାଲରେ  । ଜଣେ ମହିଳା ରୋଗୀଙ୍କୁ ତୁରନ୍ତ ରକ୍ତ ଆବଶ୍ୟକ ରହିଥିବା ଅନୁଭଵ କରି ସ୍ବେଚ୍ଛାକୃତ ଭାବେ ନିଜେ ରକ୍ତ ଦାନ କରିଥିଲେ। ତାଙ୍କରି ଏଭଳି ଉଦ୍ୟମକୁ କ୍ଲବ ଏ ସଭାପତି ସମୀର କାନ୍ତ ତ୍ରିପାଠୀ, ସମ୍ପାଦକ ଦୁର୍ଗା ମାଧଵ ସାହୁ, ମନ୍ମଥ ପାଣିଗ୍ରାହୀ, ଏ.ଜିତୁ ରାଜକୁମାରଙ୍କ ସମେତ ବିଜୁ ଜନତା ଦଳର ଛାମୁଆ ନେତା ଉଦୟନାଥ ସ୍ବାଇଁ, ପ୍ରମୋଦ ପାଣିଗ୍ରାହୀ ପ୍ରମୁଖଙ୍କ ସମେତ ବାଚସ୍ପତି ମଧ୍ୟ ସାଧୁବାଦ ଜଣାଇଛନ୍ତି।
ରିପୋର୍ଟ – ରବିକୁମାର ଶର୍ମା ।

Leave A Reply

Your email address will not be published.