ଲକ୍ ଡାଉନ ସମୟରେ ବ୍ୟାପକ ପରିମାଣର କଫ ସିରଫ ସହ ଆସାମୀ ଗିରଫ ।

0 405

ପଦ୍ମପୁର,(ପିପିଟି ନ୍ଯୁଜ୍)୧/୬, ସଂପ୍ରତି ଲକା ଡାଉନ ସମୟରେ ଜଗଦଲପୁର ଅଂଚଳରେ କଫ ସିରଫ କାରବାରକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ହଠାତ୍ ଜଗଦଲପୁର ଥାନାରେ କାର୍ଯ୍ୟରତ ଏ.ଏସ.ଆଇ ସତ୍ୟାନନ୍ଦ ଭୋଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜଗଦଲପୁର ଥାନାର ଆଇ.ଆଇ.ସି ମ୍ୟାଡମଙ୍କୁ ଜଣାଇଲାପରେ ତୁରନ୍ତ ସଦଳବଳେ ଧୂମାଭଟା ଛକରୁ ଯାଉଥିବା ଲଖମରା ତାରିଣୀ ମନ୍ଦିର ରାସ୍ତା ମଧ୍ୟରେ ଆସାମୀ ପ୍ରଶାନ୍ତ ଡନସନା ବୟସ ୨୩ ପିତାଙ୍କ ନାମ ଟଙ୍କଧର ଡନସନା ନିବାସୀ ଧୂମାଭଟା କୁ କାବୁ କରିବା ସଙ୍ଗେସଙ୍ଗେ  ବ୍ୟବହୃତ ସବୁଜ ରଙ୍ଗର ମଟର ସାଇକେଲ ନମ୍ବର  ସି.ଜି-୦୬-ଜିଡିଓ ୧୫୮ ସହ ବ୍ୟାପକ ପରିମାଣର କଫ ସିରଫ ଜବତ କରି ଥାନାକୁ ନେଇ ଯାଇଥିଲେ । ଥାନା କେଶ -୬୯/୩୦/୦୫/୨୦୨୦,୨୭୪/୨୭୫/ ଆଇ.ପି.ସି ଧାରାରେ ପଦ୍ମପୁର କୋର୍ଟକୁ ପଠାଇଲା ପରେ ଜାମିନ ନା ମଂଜୁର ହେବା ଫଳରେ ଜେଲକୁ ପଠାଇ ଦିଆଯାଇଛି । ଆସାମୀକୁ କାବୁ କରିବା ସମୟରେ ଜଗଦଲପୁର ଥାନା ଆଇ.ଆଇ.ସି  ଲିଲିମା ଲଳିତା ବାର୍ଲା,ଏ.ଏସ.ଆଇ ସତ୍ୟାନନ୍ଦ ଭୋଇ ,ଏ.ଏସ.ଆଇ କେତନ ଧରୁଆ ଏବଂ ୪ଜଣ ପୋଲିସ କନେଷ୍ଟେବଲଙ୍କ ସହଯୋଗ ରେ ଦୀର୍ଘ ଦିନର ଗୁଞ୍ଜରଣର ସମାପ୍ତ ହୋଇଛି । ଏଅଞ୍ଚଳର  ଜନସାଧାରଣ ଜଗଦଲପୁର ପୋଲିସକୁ ସାଧୁବାଦ ଜଣାଇଛନ୍ତି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.