ଲକ୍ ଓପନ୍ ସାଥିରେ ଲକ୍ ଡାଉନ୍ ର ମାନେ କଣ ?

0 183

ପଦ୍ମପୁର(ପିପିଟି ନ୍ଯୁଜ୍)୨୭/୦୩ :- କରୋନା ଭୂତାଣୁ ଦାଉରୁ ସାରା ଭାରତ ବର୍ଷ ତଥା ଓଡିଶା ରାଜ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଲକ୍ ଡାଉନ୍ ଘୋଷଣା ଗ୍ରାମାଂଚଳ ରେ ତାହା ଲକ୍ ଓପନ୍ ହୋଇଛିା ଯାହାର କି ଉଦାହରଣ ବୋଲି କିଛିନାହିଁ । ଗ୍ରୋସେରୀ,ମେଡିକାଲ ଦୋକାନ ରେ ବ୍ୟବଧାନ ବୋଲି ମାନେନାହିଁ । ଏଥିରେ କେବଳ ବେସରକାରୀ ଲୋକ କିମ୍ବା ସଂସ୍ଥା ଦାୟୀ ନୁହେଁ । ସରକାରୀ ସ୍ତର ରେ ମଧ୍ୟ ବ୍ୟବଧାନ ନାହିଁ । ପୋଲିସ ପଇଁତରା ମାରୁଛି ସତ କିନ୍ତୁ ସମୁଦ୍ର କୁ ଶଙ୍ଖେ ପାଣୀ ସଦୃଶ ମନେହୁଏା ପୋଲିସ ବାଲାଙ୍କୁ ଦେଖିଲେ ଟିକିଏ ସାଇଟ୍ ମାରନ୍ତି କିଛି କ୍ଷଣ ପାଇଁ,ପରେ ଯେସାକୁ ତେସା । ସବୁଠି ତାସଖେଳର ଆସର ।ବୁତ଼ା ବୁଢ଼ି ଙ୍କୁ ସରକାରୀ ଭତ୍ତା ଅଗ୍ରୀମ ଦେବାପାଇଁ ଡୋର୍ ଟୁଡୋର୍ ଯୋଜନା ହୋଇଥିଲେ ମଧ୍ୟ ଜନସଚେତନତା ର ଅଭାବ ଯୋଗୁଁ ତାହା ଡୋର୍ ଟୁଗେଦର୍ ରେ ପରିଣତ ହୋଇଛିା ଯେଉଁ ଗ୍ରାମର କେତେକ ବୁଦ୍ଦିଜିବୀ ତଥା ସଚେତନ ନାଗରିକ ଲକ୍ ଡାଉନ୍ ଉପରେ ନାରାବାଜି ଲଗାଉଛନ୍ତି,ସେମାନଙ୍କ ମଧ୍ୟରୁ କେତେଜଣ ମାକ୍ସ୍ କିମ୍ବା ରୁମାଲ୍ ରେ ମୁହଁ ଘୋଡାଇ ଖୁଲମଖୁଲ୍ଲା ପୋଲିସଗିରୀ କରିବା କେତେଦୂର ଯଥାର୍ଥ ?ସରକାରୀ ସ୍ତରରେ କୁହାଯାଉଛି ଯାହର ପରିବାର ସଦସ୍ୟ କୌଣସି ରାଜ୍ୟ କିମ୍ବା ଅଂଚଳ ରୁ ପେଟପାଟଣା ପାଇଁ ଘରକୁ ଫେରେ ତାହାକୁ ଆଇସୋଲେଟେଡ୍ କରି ନିଜ ଘରେ ୧୪ ଦିନ ରଖନ୍ତୁ ଅନ୍ୟ ଏକ କୋଠରୀରେ ,ତାହାଏକ ପ୍ରକାର ର ବ୍ୟତିକ୍ରମ ମାତ୍ର ବୋଲି ଜଣାପଡିଛି । କାରଣ ସେ ଗୋଟିଏ ସନ୍ଦେହି ମଣିଷ । ସେ ଗୋଟିଏ କୋଠରୀ ରେ ଓ ପରିବାର ପରିଜନ ଙ୍କ ସାଥିରେ ୧୪ ଦିନ କାଳ ନ ମିଶିବା ପାଇଁ ବାରଣ ସତ୍ୱେ ସେ ମିଶିଲା କି ନ ମିଶିଲା,ସେ ଏକାନ୍ତରେ ଏକ କୋଠରୀ ରେ ରହିଲା କି ନରହିଲା ସରକାର ଜାଣିବେ କେମିତି ? କାହାରି ଘରେତ ସି.ସି କ୍ୟାମେରା ଲାଗିନିା ତାର ଖାଦ୍ୟପେୟ,ପରିବାର ର ଅନ୍ୟସଦସ୍ୟ ତା’ସହିତ ସେମାନଙ୍କ ର ଦୈନିକ ବଜାର,ସଙ୍ଗହୋଇ ପରିବାର ର ଜଣେ ସଦସ୍ୟ ନଇ ପୋଖରୀକୁ ଗାଧୋଇ ଯିବା ଇତ୍ୟାଦି ବଭିନ୍ନ ଦୈନ୍ୟନ୍ଦିନ କାର୍ଯ୍ୟ କୁ ଏଡାଇ ହେବକି ?ବିନା ସଂକ୍ରମଣ ରେ ସରକାର ବଭିନ୍ନ ଯୋଜନାରେ ସଂପ୍ରତି ଏ ଘଡିସନ୍ଧି ମୂହୁର୍ତରେ ପେଟକୁ ଦାନା ଓ ଅଣ୍ଟାକୁ ଟଙ୍କା ବାଣ୍ଟିବା ପାଇଁ ଅଭିଯାନ ଆରମ୍ଭ କରିଦେଲେଣିାଯାହା ପାଇଁ କୋଟିକୋଟି ଟଙ୍କା ଖର୍ଚ ହେବ କିନ୍ତୁ ସରକାର ଅଦ୍ୟାବଧି ମାଗଣାରେ ଜଣ ପ୍ରତି ଗୋଟାଏ ମାକ୍ସ ,ହାତଧୋଇବାକୁ ସାବୁନ କିମ୍ବା ସେନିଟାଇରେଜନ୍ ର ବ୍ୟବସ୍ଥା କାହିକି କରୁନାହାନ୍ତିାହାତୀ ଯିବାପାଇଁ ବାଟ ତିଆରି ହେଲେ ପିମ୍ପୁଡି ପାଇଁ ଆର୍ଥିକ ସ୍ଥରରେ ଲକ୍ ଡାଉନ୍ । ମାଳିକା ର ଉକ୍ତି ସ୍ୱରୂପ ଭାରତ ର ପ୍ରଧାନ ମନ୍ତ୍ରୀ ମୋଦିଜୀ ଯେତେ ଡାକବାଜୀ କଲେ ମଧ୍ୟ ଲୋକ ଙ୍କ ଶଂକା ପଶୁନିା ଲୋକ ଲକ୍ ଡାଉନ୍ କଥା ଚିନ୍ତା କରୁ ନାହାନ୍ତିା ସମୟ ଏମିତି ଆସିବ ଲେଡ଼ି ଗୋଡ଼ କହୁଣୀ କି ବଢ଼ିଯିବା ସେତେବେଳେ ଭାରତର ଲୋକ ମୋଦିଜୀ ଓ ନବୀନ ଙ୍କ ମୋ ଜୀବନ କାର୍ଯ୍ୟକ୍ରମ ର ବଚନ କୁ ଯଥାର୍ଥ କହିବେ ା ସେତେବେଳ କୁ ଆଉ ସମୟ ନଥିବ କି ମଣିଷ ସମାଜ ନ ଥିବେ ।(ରିପୋର୍ଟ – ନିରଞ୍ଜନ ତ୍ରିପାଠୀ)

Leave A Reply

Your email address will not be published.