ରୋଟାରୀ କ୍ଳବ ତରଫରୁ କୋଭିଡ ଯୋଦ୍ଧା ମୃତ ଶିକ୍ଷକ କୁଶଧ୍ବଜଙ୍କ ପରିବାରକୁ ସହାୟତା ।

0 28

ଭଞ୍ଜନଗର,୨୮/୦୮(ପିପିଟି); ଭଞ୍ଜନଗର ରୋଟାରୀ କ୍ଳବ ତରଫରୁ କୋଭିଡରେ ମୃତ୍ୟୁ ବରଣ କରିଥିବା କୋଭିଡ ଯୋଦ୍ଧା ଶିକ୍ଷକ କୁଶଧ୍ବଜ ସେଠୀଙ୍କ ପରିବାରକୁ ସହାୟତା ପ୍ରଦାନ କରାଯାଇଛି । ଏକ ମାସ ନିମିତ୍ତ ରାସନ ସାମଗ୍ରୀ ,କିଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଏକ ମାସର ଦରମା( ଟ. ୬୬୬୬.୦୦) ବାବଦକୁ ଚେକ ଶୋକ ସନ୍ତପ୍ତ ପରିବାରକୁ ଭେଟି ପ୍ରଦାନ କରାଯାଇଛି । ରୋଟାରୀ କ୍ଳବ ସଭାପତି ପଞ୍ଚାନନ ମିଶ୍ର, ସେକ୍ରେଟେରୀ ରଞ୍ଜିତ କୁମାର ବାରିକ, ରୋଟାରି କ୍ଳବ ପୂର୍ବତନ ସଭାପତି ତଥା କୁଲାଡ କବି ସମ୍ରାଟ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ମଳିକ, ବାହାଡା ପଦର ପ୍ରଧାନ ଶିକ୍ଷକ ତଥା ରୋଟାରୀ କ୍ଳବ ପୂର୍ବତନ ସଭାପତି ସନ୍ତୋଷ ଜେନା, ରୋଟାରୀଆନ ତଥା କ୍ଳବ ଫାଉଣ୍ଡେସନ ଚେୟାରମେନ ଜେ.ବିଶ୍ବଜିତ ପୃଷ୍ଟି ,ରୋଟାରୀ କ୍ଳବର ଅନ୍ୟତମ ପୂର୍ବତନ ସଭାପତି ଶ୍ରୀରାମ ପ୍ରସାଦ ପାଳଙ୍କ ସମେତ ଡୁମାକୁମ୍ପା କ୍ଳଷ୍ଟର ସି.ଆର୍.ସି.ସି ତ୍ରିନାଥ ବେହେରା ପ୍ରମୁଖ ଉପସ୍ଥିତ ରହି ଏହି ସହାୟତା ପ୍ରଦାନ କରିବା ସହ ସମବେଦନା ଜଣାଇଛନ୍ତି । ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.