ବ୍ରହମପୁର, ୧୪/୧୧(ପିପିଟି): ଶିଶୁ ମାନେ ଦେଶର ଭବିଷ୍ୟତ, କୁମ୍ଭାର ମାଟି କୁ ଗଢ଼ିଲା ପରି ପିଲା ମାନକୁ ଉଚ୍ଚ ଶିକ୍ଷିତ ସହ ଭଲ ମଣିଷ ଓ ଦେଶ ଭକ୍ତି ନାଗରିକ ଭାବେ ଗଢି ତୋଳିବା ଆମ ସମସ୍ତଙ୍କ ପ୍ରଧାନ କର୍ତ୍ତବ୍ୟ। ପିଲା ମାନେ ନିଜ ପିତା ମାତା ଓ ଗୁରୁଜନ ମାନଙ୍କ କଥା ମାନି ଉଚ୍ଚସିକ୍ଷା ଗ୍ରହଣ କରିବା ସହ ଭଲ ମଣିଷ ହେବା ଆବଶ୍ୟକ ବୋଲି ଆଜି ହିଲପାଟଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରୋଟାରୀ କ୍ଲବ ମିଡ ଟାଉନ ସହୋଯୋଗରେ ଶିଶୁ ଦିବସ ପାଳନ ଅବସରରେ ରୋଟାରୀ କ୍ଲବ ମିଡ ଟାଉନ ସଭାପତି ସମାଜସେବୀ ସୁଶାନ୍ତ କୁମାର ସାବତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଲୋପା ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ହରିପ୍ରସାଦ ମଳନା, କ୍ଲବ ସମ୍ପାଦକ ସଞ୍ଜୟ କୁମାର ସାବତ ମଞ୍ଚାସୀନ ଥିଲେ। ଶିକ୍ଷୟତ୍ରୀ ଜୋଛନାମୟୀ ପ୍ରଧାନ, ରଞ୍ଜନା ବେବର୍ତ୍ତା, ଗାୟତ୍ରୀ ପାଣିଗ୍ରାହୀ, ନମିତା ଚୌଧୁରି, ଜୋଛହ୍ନା ରାଣୀ ରଥ, କିର୍ତିମୟୀ ଦାସ, ସଂଯୁକ୍ତା ସାମନ୍ତରାୟ ଓ ଗୌରୀ ରାଣୀ ଚୌଧୁରୀ ପ୍ରମୁଖ ଶିଶୁ ଦିବସ ର ଗୁରୁତ୍ଵ ଓ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ।ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ଶ୍ରୀ ସାବତ ପୂରସ୍କାର ବିତରଣ କରିଥିଲେ।ସାମାଜିକ ଦୂରତା ଓ କୋଭିଡ ନିୟମ ଅନୁଯାୟୀ ଅନୁଷ୍ଠିତ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଆନନ୍ଦ ଭରିଦେଇଥିଲା।