ରେଡ଼ଜୋନ ହେଲା ଗୌଡ଼ ସାହି, ଏହାକୁ ନେଇ କୋଭିଡ ମନିଟରଙ୍କ ପ୍ରସ୍ତୁତି ପର୍ବ ।

0 679

କୋଦଳା,୨୩/୦୭(ପିପିଟି) ;ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣର ଅହେତୁକ ବୃଦ୍ଧିକୁ ନେଇ  ଚିନ୍ତାରେ ପ୍ରାଶାସନ । କୋଦଳା ଏନ୍ଏସିରେ ମଧ୍ୟ ବୃଦ୍ଧି  ପାଇଛି ପଜେଟିଭ ସଂଖ୍ୟା । ପୂର୍ବରୁ ୱାର୍ଡ ନଂ ୭ ଓ ୧୦ ରେଡ଼ଜୋନ ଭାବେ ଘୋଷଣା ହୋଇଥିବା ବେଳେ ବୂଧବାର ୱାର୍ଡ ନଂ ୨ କୁ ରେଡ଼ଜୋନ ଭାବେ ଘୋଷଣା କରାଯାଇ ଗୌଡ଼ ସାହିର ଉଭୟ ପଟେ ବାରିକେଡ ବନ୍ଧାଯାଇଛି । ଏହାକୁ ପ୍ରତିହତ କରିବା ପାଇଁ ପ୍ରଶାସନ ସ୍ତରରେ ତତ୍ପରତା ବୃଦ୍ଧି  ପାଇଛି । ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ପ୍ରକାର ପନ୍ଥା ଆପଣେଇଛି କୋଦଳା ପ୍ରଶାସନ । ଲୋକମାନଙ୍କୁ କରୋନା ପଜିଟିଭ ବାହାରିଲେ ସେମାନଙ୍କୁ ଅନ୍ୟତ୍ର ମେଡିକାଲକୁ ସ୍ତାନାନ୍ତର ନ କରିବା ଉଦ୍ଦେଶ୍ୟ ନେଇ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ କୋଦଳା କଲ୍ୟାଣ ମଣ୍ଡପ ପରିସର ରେ ଖୋଲିଛି “କୋଭିଡ କେୟାର ହୋମ”।ଏଠାରେ ରୋଗୀଙ୍କ ଆଣ୍ଟିଜେନ ଟେଷ୍ଟ ସହିତ ସ୍ବାବ ଟେଷ୍ଟ ସମେତ ୨୦ କରୋନା ରୋଗୀ ରହିବ ସୁବିଧା ହୋଇଛି । ପ୍ରତ୍ୟେକ ଦିନ କୋଭିଡ ମନିଟର ମାନେ ସେମାନଙ୍କ କାର୍ଯ୍ୟ ସୁଚାରୁ ରୁପେ ତୁଲାଉଛନ୍ତି । ଶୁକ୍ରବାର ସମସ୍ତ ୱାର୍ଡ ମଧ୍ୟରୁ  କରୋନା ଲକ୍ଷଣ ଥିବା କିମ୍ଵା ବ୍ଲଡପ୍ରେସର , ଡାଇବେଟିସ ରୋଗୀଙ୍କୁ କୋଭିଡ କେୟାର ହୋମକୁ ଆଣି ଟେଷ୍ଟିଙ୍ଗ୍ କରି ସେମାନଙ୍କୁ ଛାଡିବା ,ମାସକ ପିନ୍ଧନ୍ତୁ , ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ  ଲୋକମାନଙ୍କୁ ସଚେତନ କରିବା ,ପୋଖରୀରେ ଗାଧୋଇବାକୁ ବାରଣ କରିବା , ବାରମ୍ବାର ସାବୁନରେ ହାତ ଧୋଇବା , ସାଧାରଣତଃ ବ୍ୟବସାୟୀ ମାନଙ୍କ ନିକଟକୁ ଯାଇ ସେମାନଙ୍କୁ ପଚାରି ବୁଝି ସିସିଏଚ କୁ ପଠାଇବା ନିମନ୍ତେ ଏକ ପ୍ରଶିକ୍ଷଣ ବୈଠକ  ଅନୁଷ୍ଠିତ ହୋଇଥିଲା । ସ୍ଵତନ୍ତ୍ର ଅଧିକାରୀ ଅଶୋକ କୁମାର ମୁଦୁଲି ଓ କବିରାଜ ଆର୍ଯ୍ୟଙ୍କ ତତ୍ଵାବଧାନରେ ଉକ୍ତ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ୧୩ ଜଣ କୋଭିଡ ମନିଟର ସମେତ ଏନ୍ଏସି କନିଷ୍ଠ ଯନ୍ତ୍ରୀ ଜତିନ୍ଦ୍ର ମୋହନ ବେହେରା , ସ୍ୱପ୍ନ କୁମାର ସାହୁ ଓ ଧୀରଜ କୁମାରଂ ପାତ୍ର ଉପସ୍ଥିତ ଥିଲେ ୧୨,୭ଏବଂ ୧୦ ୱାର୍ଡକୁ ସ୍ଵତନ୍ତ୍ର ଦୃଷ୍ଟି  ଦେବାକୁ ମନିଟର ମାନଙ୍କୁ କୁହାଯାଇଥିଲା ।

Leave A Reply

Your email address will not be published.