ରାୟଗଡ଼ା ଜିଲ୍ଲା ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ଜିଲ୍ଲାସ୍ତରୀୟ ବୈଠକ।

0 256

­ରାୟଗଡ଼ା,ତା ୨୩/୦୬(ପିପିଟି); ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ଏକ ବୈଠକ ଭାରତୀୟ ମଜଦୁର ସଂଘର ଜିଲ୍ଲା ସଂପାଦକ ଖଗେଶ୍ବର ସିଂଙ୍କ ନେତୃତ୍ୱରେ କୋବିଡର ସମସ୍ତ ନିୟମକୁ ମାନି ସ୍ଥାନିୟ ଠକ୍କର ବାପା ଆଶ୍ରମଠାରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ମୂଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘର ରାଜ୍ୟ ସଂପାଦକ ତଥା ଜିଲ୍ଲା ପ୍ରଭାରୀ ଯୋଗେଶ୍ୱର ଦାସ ଯୋଗଦେଇ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗର ସମସ୍ତ ଯୋଜନାକୁ ସଫଳ କରିବାରେ ମୂଖ୍ୟ ଭୂମିକା ନେଉଥିବା ଆଶା କର୍ମୀମାନଙ୍କ ପ୍ରତି ସରକାର ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଯେଉଁ ଅଣଦେଖା କରାଯାଉଛି ଓ ଭୟଭୀତ କରାଯାଉଛି ତାକୁ ଦୃଢ ଭାବେ ନିନ୍ଦା ଏବଂ ବିରୋଧ କରାଯାଇଛି।ତୁରନ୍ତ ଏସବୁ ବନ୍ଦ କରିବା ସହ ସମସ୍ତ ଆଶା କର୍ମୀ ମାନଙ୍କୁ ଯଥାଶୀଘ୍ର କରୋନା ଯୋଦ୍ଧା ଘୋଷଣା କରିବା,ସମସ୍ତଙ୍କୁ ବୀମାଭୁକ୍ତ କରିବା,ସରକାର ଘୋଷଣା କରିବା ଅନୁଯାଇ କରୋନା କାର୍ଯ୍ୟରେ ମୃତ୍ୟୁବରଣ କରିଥିବା ଆଶା କର୍ମୀମାନଙ୍କୁ ୫୦ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବା, ସମସ୍ତ ଆଶା କର୍ମୀମାନଙ୍କୁ ଅତ୍ୟାଧୁନିକ ମୋବାଇଲ ପ୍ରଦାନ କରିବାକୁ ଦାବୀ କରାଯାଇଥିଲା।ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କ ବିନାକାରଣରେ ଧମକଦେବା ବନ୍ଦ କରିବା,ମାସିକ ପାରିଶ୍ରମିକ ୩୫୦୦ ଟଙ୍କା ପ୍ରତିମାସ ୧ ତାରିଖ ରୁ ୧୦ ତାରିଖ ମଧ୍ୟରେ ପ୍ରଦାନ କରାଯିବା,କୋବିଡ ସମୟରେ କାର୍ଯ୍ୟରତ ଆଶା କର୍ମୀ ମାନଙ୍କୁ ପ୍ରୋତ୍ସାହନ ରାଶି ୫୦୦୦ ଟଙ୍କା ପ୍ରଦାନ କରାଯିବା, ଅକ୍ସିମିଟର ଏବଂ ଥରମୋମିଟର କିଣିବା ପାଇଁ ସ୍ଵାସ୍ଥ୍ୟ ବିଭାଗର କର୍ମଚାରୀମାନେ ବାଧ୍ୟ କରିବା,ସର୍ବୋପରି ଶ୍ରମିକ ସଂଘକୁ ବିରୋଧ କରିବାକୁ ତୁରନ୍ତ ବନ୍ଦ କରିବାପାଇଁ ଆଲୋଚନା କରାଯାଇଥିଲା।ଏଥିପ୍ରତି ସରକାର ଏବଂ ଜିଲ୍ଲାପ୍ରଶାସନ ତୁରନ୍ତ ପଦକ୍ଷେପ ନ ନିଅନ୍ତି,ତାହାହେଲେ ଅଗାମୀ ଦିନରେ ଭାରତୀୟ ମଜଦୁର ସଂଘ ରାଜ ରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଭାରତୀୟ ମଜଦୁର ସଂଘର ଜିଲ୍ଲା ଉପସଭାପତି ମୋହନରାଓ ମାଝୀ, ଆଶାସାଥୀ ସଂଘର ଜିଲ୍ଲା ସଂପାଦିକା ମନୋରମା ବେନିଆ, ଆଶା ସଂଘର ପଦ୍ମା ସେନାପତି,ବାସନ୍ତୀ ରତ୍ନାଲୁ, ଭାରତୀ ମେଲେକା,ସ୍ମିତା କଣ୍ଡାଗରି, ଗ୍ରାମୀଣ କୃଷି ମଜଦୁର ସଂଘର ଜିଲ୍ଲାସଭାପତି ପ୍ରଳୟ ସାହୁ, ସଂପାଦକ ରବିନାରାୟଣ ଗୌଡ, ଭାଗ୍ୟଶ୍ରୀ ନାୟକ ପରିଚାଳନା କରିଥିଲେ।

Leave A Reply

Your email address will not be published.