ରାସ୍ତା ପାର୍ଶ୍ବରୁ ଶିଶୁ ଉଦ୍ଧାର ।

0 744

ପଦ୍ମପୁର,(ପିପିଟି ନ୍ଯୁଜ୍)୨୨/୦୫୪ବରଗଡ଼ ଜିଲ୍ଳା ପାଇକମାଲ ଥାନା ଭେଙ୍ଗରାଜପୁର ପଞ୍ଚାୟତ ଅନ୍ତର୍ଗତ ପିପଲପାଲି ରାସ୍ତାକଡ଼ରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ରାସ୍ତାରୁ ପ୍ରାୟ ଶହେ ମିଟର ଦୂରରେ ଥିବା ଏକ କୁଶୁମ ଗଛ ମୂଳରେ ଶିଶୁଟି ଥିଲା । ସେହି ରାସ୍ତା ଦେଇ ଯାଉଥିବା ଦୁଇ ଜଣ ପିଲା ଆଜି ମଧ୍ୟାହ୍ନରେ ଶିଶୁଟିକୁ ଦେଖି ଗାଁକୁ ଆସି ଘର ଲୋକଙ୍କୁ କହିଥିଲେ । ପରେ ସେଠାକୁ ଯାଇ ସାବିତ୍ରୀ ଖର୍ସେଲ ଏବଂ ରାଜିନ ଖର୍ସେଲ ଶିଶୁଟିକୁ ଘରକୁ ଆଣିଥିଲେ । ଶିଶୁ କନ୍ୟାର ପିଠିରେ କାଇ କାମୁଡ଼ି ଦେଇଥିଲେ । ଆଶାକର୍ମୀ ଆମ୍ବଲାନ୍ସରେ ଶିଶୁକନ୍ୟାକୁ ଚିକିତ୍ସା ପାଇଁ ପାଇକମାଲ ଡ଼ାକ୍ତରଖାନା ନେଇଛନ୍ତି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.