ରାସ୍ତାକଡ଼ରୁ ହଟିଲା ପନିପରିବା ଦୋକାନ ।

0 118

ରାମନାଗୁଡା,(ପିପିଟି ନ୍ଯୁଜ୍)୧୪/୦୫,ମହାମାରୀ କରୋନାକୁ ନେଇ ସାରାବିଶ୍ବରେ ହାହାକାର ସୃଷ୍ଟି ହୋଇଥିବା ବେଳେ ରାମନାଗୁଡା ବ୍ଲକ ନିକଟସ୍ଥ ଆନ୍ଧ୍ର-ଓଡ଼ିଶା ସଂଯୋଗ କରୁଥିବା ଛକ ନିକଟରେ  ମୁଖ୍ୟରାସ୍ତା କଡ଼ରେ ଜନଗହଳି ସ୍ଥାନରେ ଅସମ୍ଭାଳ ଭିଡ଼କୁ ଦୃଷ୍ଟିରେ ରଖି ରାସ୍ତାକଡ଼ରେ ବସିରହିଥିବା ଉଠାପରିବାଦୋକାନୀ ମାନଙ୍କୁ ଅନ୍ୟତ୍ର ଜାଗାରେ ସ୍ଥାନାନ୍ତର କରାଯାଇଛି।ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସ୍ଥିତ ମୁଖ୍ୟବଜାର ନିକଟରେ ଉଠାପରିବାଦୋକାନୀକୁ ସ୍ଥାନୀୟ ଜନସାଧାରଣ ଓ ପରିବାଦୋକାନୀଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ପୋଲିସ ତରଫରୁ ରାସ୍ତାକଡରୁ ପରିବାଦୋକାନୀଙ୍କୁ ହଟାଇ ନିକଟସ୍ଥ ବସଷ୍ଟାଣ୍ଡ ନିକଟରେ ଥଇଥାନ କରାଯାଇଛି। ରାମନାଗୁଡା ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନଙ୍କ ନେତୃତ୍ବରେ ସ୍ଥାନୀୟ ପୋଲିସ ତରଫରୁ ରାସ୍ତାକଡରୁ ଉଠାପରିବା ଦୋକାନୀଙ୍କୁ ହଟାଯାଇ ସ୍ଥାନୀୟ ବସଷ୍ଟାଣ୍ଡ ନିକଟରେ ଅବସ୍ଥାନ କରିଥିଲେ।ମୁଖ୍ୟ ବଜାର ଛକ ନିକଟରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା କାରଣରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।ଏନେଇ ଅନେକ ଲୋକେ ଏପରି ପଦକ୍ଷେପକୁ ସ୍ବାଗତ କରିଥିବା ବେଳେ କିଛି ଉଠାଦୋକାନୀ ଏପରି ପଦକ୍ଷେପ ସ୍ବାଗତ କରିଥିବା ବେଳେ ଆଉ କିଛି ନାପସନ୍ଦ କରିଛନ୍ତି।
ରିପୋର୍ଟ – ସଞ୍ଜିବ କୁମାର ଦାଶ ।

Leave A Reply

Your email address will not be published.