ରାମନାଗୁଡା ବ୍ଲକ୍ ସୀମା ସୁଲୁଡି ନିକଟରେ ଆନ୍ଧ୍ର-ଓଡ଼ିଶା ଗଳାବାଟ ଦେଇ ପଶୁଥିବା ଲୋକଙ୍କ ସହ ରାସ୍ତାକୁ ସିଲ୍ କଲା ପ୍ରଶାସନ ।

0 195

ରାମନାଗୁଡା,(ପିପିଟି ନ୍ଯୁଜ୍)୨୬/୦୪:- ଆନ୍ଧ୍ର-ଓଡ଼ିଶା ସୀମାନ୍ତକୁ ସଂଯୋଗ କରୁଥିବା ସମସ୍ତ ସୀମାନ୍ତ ରାସ୍ତାକୁ ପୁଣିଥରେ ସିଲ୍ କଲା ଜିଲ୍ଲା ପ୍ରଶାସନ। ଆଜି ରବିବାର ରାୟଗଡା ଜିଲ୍ଲାପାଳ ପ୍ରୋମଦ କୁମାର ବେହେରା, ଉପଜିଲ୍ଲାପାଳ ଗୁଣପୁର ଡକ୍ଟର ବଳିରାମ ବନ୍ଦର, ଉପଖଣ୍ଡ ଆରିକ୍ଷୀକ ଅଧିକ୍ଷକ ରାଜକିଶୋର ଦାସ ଓ ରାମନାଗୁଡା ଫାଣ୍ଡି ଅଧିକାରୀ ଉପସ୍ଥିତ ରହି ପୁଣିଥରେ ସୀମାକୁ ସିଲକରି କଡାକଡି ବ୍ୟାପକ ବ୍ୟବସ୍ଥା କରିଛନ୍ତି।ପ୍ରଥମେ ଗୁଣପୁର ନିକଟସ୍ଥ କତାଗୁଡା, ଜଗନ୍ନାଥପୁର ଚେକଗେଟ, ରାମନାଗୁଡା ଦେଇ ସୁଲୁଡି ଠାରେ ଗଳାବାଟ ଦେଇ ଆନ୍ଧ୍ର-ଓଡିଶାକୁ ସଂଯୋଗ ରାସ୍ତା, ପରେ ଗୋଠଳପଦର ତାପରେ ରାମନାଗୁଡା ବ୍ଲକକୁ ସଂଯୋଗ କରୁଥିବା ଗୋଗୁପାଡୁ ପଞ୍ଚାୟତର କାଟିକି ଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ସମୟରେ ଗୋଗୁପାଡୁ ପଞ୍ଚାୟତର ନିର୍ବାହି ଅଧିକାରୀ ବଂଶିଧର ସେଠୀ, ଗୋଗୁପାଡୁ ସରପଞ୍ଚ ବିଜୟ କୁମାର ମାଣ୍ଡାଙ୍ଗି ଏବଂ ପୁର୍ବତନ ସମିତିସଭ୍ୟ କମଳ ମୁଟିକା ଏବଂ ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନ ଉପସ୍ଥିତ ଥିଲେସେହିପରି ୨୪ ଘଣ୍ଟିଆ ସୁରକ୍ଷାକର୍ମୀ ଉପସ୍ଥିତ ରହିବା ସହ ୭ଘଣ୍ଟା ସିଫ୍ଟରେ କର୍ମଚାରୀ ମୁତୟନ ହୋଇ ଏହି ଗଳାବାଟ ଦେଇ ଲୋକମାନେ ଯେପରି ପ୍ରବେଶ ନକରନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ରହିଛି। ଏହି ଗଳାବାଟ ରାସ୍ତା ଦେଇ ଆନ୍ଧ୍ରର ଶ୍ରୀକାକାଲୁମ ଜିଲ୍ଲା ପଟେ ବାଇକରେ ଅନେକ ଲୋକମାନେ ଯାତାୟତ କରୁଥିଲେ। ପରେ ଜିଲ୍ଲାପାଳ, ଉପଜିଲ୍ଲାପାଳ ରାମନାଗୁଡା ବ୍ଲକକୁ ଯାଇ ବିଡିଓ ତହସିଲଦାରଙ୍କ ସହ ପ୍ରଭାସୀ ରାଜ୍ୟ ଶ୍ରମିକଙ୍କ ପଞ୍ଜିକରଣ ଆଉ ସେମାନେ ଫେରିଲେ କ୍ୱାରେଣ୍ଟାଇନ ଗୃହରେ କିପରି ରହିବେ ତାଙ୍କ ସ୍ୱାସ୍ଥ୍ୟଗତ ପରୀକ୍ଷା କିପରି କରାଯିବ ତାହା ଆଲୋଚନା କରିଥିବା ଜଣାପଡିଛି।
ରିପୋର୍ଟ – ସଞ୍ଜିବ କୁମାର ଦାଶ ।

Leave A Reply

Your email address will not be published.