ରାଜ୍ୟର ବିଜେଡି ସରକାର ଅନେକ ଜନହୀତକର ଯୋଜନା ପ୍ରଣୟନ କରି ଅନ୍ୟରାଜ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି : ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ।
ଯାଜପୁର,୨୨/୧୨(ପିପିଟି) : ବିଜୁ ଜନତା ଦଳର ରାଜ୍ୟ ପରିଷଦ ବୈଠକରେ ଗୃହୀତ ପ୍ରସ୍ତାବରେ ରାଜ୍ୟରୁ ଦୁର୍ନୀତି ହଟାଇବା ପାଇଁ ସରପଂଚଙ୍କ ଠାରୁ ଆରମ୍ଭକରି ବିଧାୟକ, ସାଂସଦ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ସରକାରୀ କର୍ମଚାରୀଙ୍କର ପ୍ରତିବର୍ଷ ସମ୍ପତି ତାଲିକା ସର୍ବସାଧାରଣରେ ପ୍ରକାଶ କରିବା ପ୍ରସ୍ତାବ ସହିତ ସରକାରୀ ବିଦ୍ୟାଳୟରେ ପଢୁଥିବା ଛାତ୍ରୀ ଛାତ୍ର ମାନଙ୍କୁ ଇଂନିଜିୟରିଂ ଓ ମେଡିକାଲ ଆଡମିଶନରେ ସଂରକ୍ଷଣ ବ୍ୟବସ୍ଥା, ମହିଳା ଶସକ୍ତିକରଣ ଏବଂ ପଛୁଆ ବର୍ଗଙ୍କ ପାଇଁ ନୂତନ ସର୍ଭେ ବ୍ୟବସ୍ଥା କରିବା ପାଇଁ ମିଳିଥିବା ପ୍ରସ୍ତାବ ଉପରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋହର ଲଗାଇବା ସହିତ ସରକାରୀ ସ୍ତରରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଯେଉଁ ଘୋଷଣା କରିଛନ୍ତି ତାହା ରାଜ୍ୟର ବିକାଶ ପାଇଁ ଯଥାର୍ଥ ଏବଂ ସମୟୋପ ଯୋଗି ବୋଲି ଏକ ପ୍ରେସ ବିବୃତିରେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତାଦଳର ବରିଷ୍ଠ ନେତା ଡଃ.ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ପ୍ରକାଶ କରିଛନ୍ତି । ଦଳୀୟ କର୍ମକର୍ତାମାନଙ୍କର ଏହି ପ୍ରସ୍ତାବକୁ ଗ୍ରହଣ କରି ନବୀନ ବାବୁ ପ୍ରମାଣିତ କରିଛନ୍ତି ଯେ ବିଜୁ ଜନତା ଦଳ ହେଉଛି ସାଧାରଣ ଜନତାଙ୍କ ସ୍ୱରକୁ ଗୁରୁତ୍ୱ ଦେଉଥିବା ଏକ ଗଣତାନ୍ତ୍ରୀକ ଦଳ । ରାଜ୍ୟର ବିଜୁ ଜନତାଦଳ ସରକାର ଅନେକ ଜନହୀତକର ଯୋଜନା ପ୍ରଣୟନ କରି ଅନ୍ୟରାଜ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ବେଳେ ଲୋକଙ୍କ ସମସ୍ୟା ସହିତ ଯୋଡି ହୋଇ ରହିବା ଏବଂ ସରକାରଙ୍କ ଜନମଙ୍ଗଳ ଯୋଜନାକୁ କାର୍ଯ୍ୟକାରୀ କରିବା ଦିଗରେ ବିଧାୟକ, ସାଂସଦ, ମନ୍ତ୍ରୀ ଏବଂ ଦଳୀୟ କର୍ମକର୍ତାମାନେ କଠିନ ପରିଶ୍ରମ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଘଡାଇ ଏହି ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି ।