ରାଜ୍ୟରେ ୨୪ଘଣ୍ଟା ରେ ନୂତନ ପଜିଟିଭ ସଂଖ୍ୟା ୫୬୧, ମୋଟ ଆକ୍ରାନ୍ତ ସଂଖ୍ୟା ୮୧୦୬ ।

0 1,298

ଭୁବନେଶ୍ଵର,ତା-୦୩/୦୭(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୧୮୫୦ ମଧ୍ୟରୁ ୧୦୯୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୨ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୮୯୪ମଧ୍ୟରୁ ୬୬୬ ଜଣ ସୁସ୍ଥ ,୦୫ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୨ ହୋଇଛି । ନୂତନ ଆକ୍ରାନ୍ତ ୫୬୧ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୧୦୬ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨୮୧୫୨୩ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜେଟିଭ ୮୧୦୬ ଚିହ୍ନଟ ହୋଇଛନ୍ତି । ୫୫୦୨ ଜଣ ସୁସ୍ଥ ହୋଇଥିବା ବେଳେ ୨୫୬୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୦୮ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୫୬୧ ଜଣଙ୍କ ମଧ୍ୟରୁ ୪୨୫ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧୩୬ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.