ରାଜ୍ୟରେ ୨୪ଘଣ୍ଟା ରେ ନୂତନ ପଜିଟିଭ ସଂଖ୍ୟା ୪୯୫, ମୋଟ ଆକ୍ରାନ୍ତ ସଂଖ୍ୟା ୮୬୦୧ ।

0 1,388

ଭୁବନେଶ୍ଵର,ତା-୦୪/୦୭(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୨୦୬୬ ମଧ୍ୟରୁ ୧୧୨୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୦ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୧ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୯୪୪ ମଧ୍ୟରୁ ୭୦୩ ଜଣ ସୁସ୍ଥ ,୦୭ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୨ ହୋଇଛି । ନୂତନ ଆକ୍ରାନ୍ତ ୪୯୫ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୬୦୧ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨୮୭୦୯୦ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜେଟିଭ ୮୬୦୧ ଚିହ୍ନଟ ହୋଇଛନ୍ତି । ୫୭୦୫ ଜଣ ସୁସ୍ଥ ହୋଇଥିବା ବେଳେ ୨୮୫୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୦୯ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୪୯୫ ଜଣଙ୍କ ମଧ୍ୟରୁ ୩୫୫ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧୪୦ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.