ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୧୪୨୮୦ , ସୁସ୍ଥ ସଂଖ୍ୟା ୯୨୫୫ ଓ ମୃତ ସଂଖ୍ୟା ୭୪ ।

0 1,559

ଭୁବନେଶ୍ଵର,ତା-୧୪/୦୭(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୪୩୩୫ ମଧ୍ୟରୁ ୨୪୩୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୪ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୨ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୧୪୨୩ ମଧ୍ୟରୁ ୯୩୫ ଜଣ ସୁସ୍ଥ ,୧୨ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୫ ହୋଇଛି । ନୂତନ ଆକ୍ରାନ୍ତ ୫୪୩ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨୮୦ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୩୪୭୨୨୬ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜେଟିଭ ୧୪୨୮୦ ଚିହ୍ନଟ ହୋଇଛନ୍ତି । ୯୨୫୫ ଜଣ ସୁସ୍ଥ ହୋଇଥିବା ବେଳେ ୪୯୨୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୭୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୨୨ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୫୪୩ ଜଣଙ୍କ ମଧ୍ୟରୁ ୩୫୪ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧୮୯ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.