ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୭୫୫୩୭ , ସୁସ୍ଥ ସଂଖ୍ୟା ୫୦୫୦୪,ମୃତ୍ୟୁ ସଂଖ୍ୟା ୩୯୯ ।

0 1,114

ଭୁବନେଶ୍ଵର,ତା-୨୨/୦୮(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୧୬,୦୭୮ ମଧ୍ୟରୁ ୧୩,୯୬୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୧ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୮ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୧୧,୨୮୮ ମଧ୍ୟରୁ ୬,୨୪୧ ଜଣ ସୁସ୍ଥ ,୫୪ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୧୦ ହୋଇଛି । ନୂତନ ଆକ୍ରାନ୍ତ ୨,୮୧୯ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୫,୫୩୭ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧୨,୩୩,୮୦୫ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜିଟିଭ ୭୫,୫୩୭ ଚିହ୍ନଟ ହୋଇଛନ୍ତି ୫୦,୫୦୪ ଜଣ ସୁସ୍ଥ ହୋଇଥିବା ବେଳେ ୨୪,୫୮୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୯୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୨,୮୧୯ ଜଣଙ୍କ ମଧ୍ୟରୁ ୧,୬୯୧ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧,୧୨୮ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.