ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୪୮୭୯୬ , ସୁସ୍ଥ ସଂଖ୍ୟା ୩୩୦୨୧ ଓ ମୃତ ସଂଖ୍ୟା ୨୯୬ ।

0 334

ଭୁବନେଶ୍ଵର,ତା-୧୧/୦୮(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୧୩,୩୧୫ ମଧ୍ୟରୁ ୧୦,୭୫୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪୦ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୮ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୬,୮୮୧ ମଧ୍ୟରୁ ୩,୬୯୧ ଜଣ ସୁସ୍ଥ ,୪୧ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୧୦ ହୋଇଛି । ନୂତନ ଆକ୍ରାନ୍ତ ୧,୩୪୧ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୮,୭୯୬ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୬,୯୨,୩୦୧ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜିଟିଭ ୪୮,୭୯୬ ଚିହ୍ନଟ ହୋଇଛନ୍ତି ୩୩,୦୨୧ ଜଣ ସୁସ୍ଥ ହୋଇଥିବା ବେଳେ ୧୫,୪୨୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୯୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୧,୩୪୧ ଜଣଙ୍କ ମଧ୍ୟରୁ ୮୧୮ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୫୨୩ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.