ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୪୭୪୫୫ , ସୁସ୍ଥ ସଂଖ୍ୟା ୩୧୭୮୫ ଓ ମୃତ ସଂଖ୍ୟା ୨୮୬ ।

0 1,136

ଭୁବନେଶ୍ଵର,ତା-୧୦/୦୮(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୧୩,୦୮୮ ମଧ୍ୟରୁ ୧୦,୫୭୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩୭ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୮ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୬,୬୬୩ ମଧ୍ୟରୁ ୩,୨୩୦ ଜଣ ସୁସ୍ଥ ,୩୮ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୯ ହୋଇଛି । ନୂତନ ଆକ୍ରାନ୍ତ ୧,୫୨୮ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭,୪୫୫ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୬,୬୯,୨୬୬ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜିଟିଭ ୪୭,୪୫୫ ଚିହ୍ନଟ ହୋଇଛନ୍ତି ୩୧,୭୮୫ ଜଣ ସୁସ୍ଥ ହୋଇଥିବା ବେଳେ ୧୫,୩୩୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୮୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୧ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୧,୫୨୮ ଜଣଙ୍କ ମଧ୍ୟରୁ ୯୪୮ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୫୮୦ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.