ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୪୫୯୨୭ , ସୁସ୍ଥ ସଂଖ୍ୟା ୩୦୨୪୨ ଓ ମୃତ ସଂଖ୍ୟା ୨୭୨ ।

0 1,064

ଭୁବନେଶ୍ଵର,ତା-୦୯/୦୮(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୧୨,୮୫୫ ମଧ୍ୟରୁ ୧୦,୧୭୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩୧ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୮ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୬,୪୪୫ ମଧ୍ୟରୁ ୩,୦୨୦ ଜଣ ସୁସ୍ଥ ,୩୫ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୯ ହୋଇଛି । ନୂତନ ଆକ୍ରାନ୍ତ ୧,୭୩୪ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୬,୫୦,୧୮୩ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜିଟିଭ ୪୫,୯୨୭ ଚିହ୍ନଟ ହୋଇଛନ୍ତି ୩୦,୨୪୨ ଜଣ ସୁସ୍ଥ ହୋଇଥିବା ବେଳେ ୧୫,୩୬୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୭୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୪୯ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୧,୭୩୪ ଜଣଙ୍କ ମଧ୍ୟରୁ ୧,୦୭୫ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୬୫୯ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.