ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩୪୯୧୩ , ସୁସ୍ଥ ସଂଖ୍ୟା ୨୧୨୭୪ ଓ ମୃତ ସଂଖ୍ୟା ୧୯୭ ।

0 1,328

ଭୁବନେଶ୍ଵର,ତା-୦୨/୦୮(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୧୦,୯୯୨ ମଧ୍ୟରୁ ୭,୪୮୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦୩ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୬ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୪,୭୦୩ ମଧ୍ୟରୁ ୧,୯୧୭ ଜଣ ସୁସ୍ଥ ,୨୮ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୮ ହୋଇଛି । ନୂତନ ଆକ୍ରାନ୍ତ ୧,୪୩୪ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪,୯୧୩ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୫,୪୩,୩୧୬ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜିଟିଭ ୩୪,୯୧୩ ଚିହ୍ନଟ ହୋଇଛନ୍ତି ୨୧,୨୭୪ ଜଣ ସୁସ୍ଥ ହୋଇଥିବା ବେଳେ ୧୩,୪୦୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୯୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୩୯ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୧,୪୩୪ ଜଣଙ୍କ ମଧ୍ୟରୁ ୮୮୯ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୫୪୫ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.