ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩୩୪୭୯ , ସୁସ୍ଥ ସଂଖ୍ୟା ୨୦୫୧୮ ଓ ମୃତ ସଂଖ୍ୟା ୧୮୭ ।

0 1,220

ଭୁବନେଶ୍ଵର,ତା-୦୧/୦୮(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୧୦,୬୭୨ ମଧ୍ୟରୁ ୭,୩୪୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯୯ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୬ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୪,୪୮୫ ମଧ୍ୟରୁ ୧,୭୫୫ ଜଣ ସୁସ୍ଥ ,୨୫ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୮ ହୋଇଛି । ନୂତନ ଆକ୍ରାନ୍ତ ୧,୬୦୨ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩,୪୭୯ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୫,୨୮,୭୦୮ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜିଟିଭ ୩୩,୪୭୯ ଚିହ୍ନଟ ହୋଇଛନ୍ତି ୨୦,୫୧୮ ଜଣ ସୁସ୍ଥ ହୋଇଥିବା ବେଳେ ୧୨,୭୩୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୮୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୩୮ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୧,୬୦୨ ଜଣଙ୍କ ମଧ୍ୟରୁ ୯୯୩ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୬୦୯ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.