ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୨୫ ହଜାର ପାର , ସୁସ୍ଥ ସଂଖ୍ୟା ୧୫୯୨୯ ଓ ମୃତ ସଂଖ୍ୟା ୧୪୦ ।

0 1,525

ଭୁବନେଶ୍ଵର,ତା-୨୬/୦୭(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୮,୬୭୮ ମଧ୍ୟରୁ ୫,୪୦୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୯ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୬ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୩,୦୩୭ ମଧ୍ୟରୁ ୧,୪୪୩ ଜଣ ସୁସ୍ଥ ,୧୭ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୮ ହୋଇଛି । ନୂତନ ଆକ୍ରାନ୍ତ ୧,୩୭୬ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫,୩୮୯ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୪,୫୮,୧୨୦ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜିଟିଭ ୨୫,୩୮୯ ଚିହ୍ନଟ ହୋଇଛନ୍ତି ୧୫,୯୨୯ ଜଣ ସୁସ୍ଥ ହୋଇଥିବା ବେଳେ ୯,୨୮୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୪୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୩୪ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୧୩୭୬ ଜଣଙ୍କ ମଧ୍ୟରୁ ୯୧୭ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୪୫୯ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.