ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୧୮୧୧୦ , ସୁସ୍ଥ ସଂଖ୍ୟା ୧୨୪୫୩ ଓ ମୃତ ସଂଖ୍ୟା ୯୭ ।

0 1,560

ଭୁବନେଶ୍ଵର,ତା-୨୦/୦୭(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୫୭୬୬ ମଧ୍ୟରୁ ୩୭୫୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୯ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୪ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୨୦୩୦ ମଧ୍ୟରୁ ୧୧୭୦ ଜଣ ସୁସ୍ଥ ,୧୩ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୭ ହୋଇଛି । ନୂତନ ଆକ୍ରାନ୍ତ ୬୭୩ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୧୦ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୩,୯୩,୬୦୨ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜିଟିଭ ୧୮୧୧୦ ଚିହ୍ନଟ ହୋଇଛନ୍ତି । ୧୨୪୫୩ ଜଣ ସୁସ୍ଥ ହୋଇଥିବା ବେଳେ ୫୫୩୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୨୮ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୬୭୩ ଜଣଙ୍କ ମଧ୍ୟରୁ ୪୪୬ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୨୨୭ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.