ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୧୨୬୯ ଛୁଇଁଲା,୪୩୬ ଜଣ ସୁସ୍ଥ ।

0 721

ଭୁବନେଶ୍ଵର ,(ପିପିଟି)୨୩/୦୫ , ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୩୪୧ରେ ରହିଛି ।ନୂତନ ଆକ୍ରାନ୍ତ ୮୦ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧୧୮୪୪୬ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜେଟିଭ  ୧୨୬୯ ଚିହ୍ନଟ ହୋଇଛନ୍ତି । ୪୩୬ ଜଣ ସୁସ୍ଥ ହୋଇଥିବା ବେଳେ ୮୨୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୭ ଜଣଙ୍କର ମୃତ୍ୟୁ ଘଟିଛି । ସ୍ୱସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ବର୍ତ୍ତମାନ ଓଡିଶାରେ ମୃତ୍ୟୁ ସଂଖ୍ୟା ୭ ପହଞ୍ଚିଥିବା ବେଳେ ଗଞ୍ଜାମରେ ୩ଜଣ, ଖୋର୍ଦ୍ଧା ଜିଲ୍ଲାରେ ୩ଜଣ ଓ କଟକ ୧ ବୋଲି ସୂଚନା ମିଳିଛି ।ନୂତନ ଆକ୍ରାନ୍ତ ୮୦ ଜଣଙ୍କ ମଧ୍ୟରୁ ୭୧ଜଣ କ୍ବାରେଣ୍ଟାଇନ୍ ସେଣ୍ଟର, ୭ଜଣ ସ୍ଥାନୀୟ ଅଞ୍ଚଳର ଏବଂ ୨ ଜଣ ହୋମ୍ କଣ୍ଟେନମେଣ୍ଟ  ବୋଲି ଜଣାପଡିଛି ।

Leave A Reply

Your email address will not be published.