ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୬୧୮୦,ସୁସ୍ଥ ସଂଖ୍ୟା ୪୨୯୧ ପହଞ୍ଚିଲା ।

0 1,267

ଭୁବନେଶ୍ଵର,ତା-୨୬/୦୬(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୧୧୩୭ ମଧ୍ୟରୁ ୭୬୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮ ଜଣଙ୍କ ମୃତ୍ୟୁ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୭୫୨ ମଧ୍ୟରୁ ୪୭୮ ଜଣ ସୁସ୍ଥ ,୦୪ଜଣଙ୍କ ମୃତ୍ୟୁ ଓ ଅନ୍ଯ ମୃତ ସଂଖ୍ୟା ୦୨ ହୋଇଛି । ନୂତନ ଆକ୍ରାନ୍ତ ୨୧୮ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୧୮୦ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨୪୪୫୮୮ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜେଟିଭ ୬୧୮୦ ଚିହ୍ନଟ ହୋଇଛନ୍ତି । ୪୨୯୧ ଜଣ ସୁସ୍ଥ ହୋଇଥିବା ବେଳେ ୧୮୬୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୦୭ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୨୧୮ଜଣଙ୍କ ମଧ୍ୟରୁ ୧୯୮ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୨୦ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.