ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୮୭୬ ଛୁଇଁଲା, ରାଜ୍ୟରେ ୫ ମୃତ ନୁହେଁ ୪ ।

0 1,058

ଭୁବନେଶ୍ଵର ,(ପିପିଟି)୧୮/୦୫ , ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୩୦୭ରେ ପହଞ୍ଚିଛି । ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା  ୯୫୭୬୬ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜେଟିଭ  ୮୭୬ ଚିହ୍ନଟ ହୋଇଛନ୍ତି । ୨୨୦ ଜଣ ସୁସ୍ଥ ହୋଇଥିବା ବେଳେ ୬୫୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୪  ଜଣଙ୍କର ମୃତ୍ୟୁ ଘଟିଛି । ସ୍ୱସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ବର୍ତ୍ତମାନ ଓଡିଶାରେ ମୃତ୍ୟୁ ସଂଖ୍ୟା ୪ ପହଞ୍ଚିଥିବା ବେଳେ ଗଞ୍ଜାମରେ ୨ ଓ ଖୋର୍ଦ୍ଧା ଜିଲ୍ଲାରେ ୨ ଜଣ ବୋଲି ସୂଚନା ମିଳିଛି ।ଗତକାଲି ଭୂଲବଶତଃ ଗଞ୍ଜାମ ୩ ଜଣ ବୋଲି ସ୍ବାସ୍ଥ୍ୟ ପରିବାର କଲ୍ଯାଣ ବିଭାଗ ତଫରୁ ପ୍ରକାଶ ପାଇଥିଲା ପୁଣି ସଂଶୋଧନ କରାଯାଇଛି ।

Leave A Reply

Your email address will not be published.