ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୫୩୦୪,ସୁସ୍ଥ ସଂଖ୍ୟା ୩୮୬୩ ପହଞ୍ଚିଲା ।

0 1,110

ଭୁବନେଶ୍ଵର,ତା-୨୨/୦୬(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୯୨୫ ମଧ୍ୟରୁ ୬୭୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮ ଜଣଙ୍କ ମୃତ୍ୟୁ ହୋଇଛି ।ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା  ସଂଖ୍ୟା ୬୫୪ ମଧ୍ୟରୁ ୪୦୩ ଜଣ ସୁସ୍ଥ ,୦୪ଜଣଙ୍କ ମୃତ୍ୟୁ ଓ ଅନ୍ଯ ମୃତ ସଂଖ୍ୟା ୦୨ ହୋଇଛି । ନୂତନ ଆକ୍ରାନ୍ତ ୧୪୩ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨୨୭୮୬୦ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜେଟିଭ ୫୩୦୩ ଚିହ୍ନଟ ହୋଇଛନ୍ତି । ୩୮୬୩ ଜଣ ସୁସ୍ଥ ହୋଇଥିବା ବେଳେ ୧୪୧୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ସଂଖ୍ୟା ୦୬ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୧୪୩ ଜଣଙ୍କ ମଧ୍ୟରୁ ୧୩୭ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୦୬ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.