ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୪୩୩୮,ସୁସ୍ଥ ସଂଖ୍ୟା ୨୯୭୪ ପହଞ୍ଚିଲା ।

0 1,454

ଭୁବନେଶ୍ଵର ,(ପିପିଟି)୧୭/୦୬ , ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୬୯୯ ମଧ୍ୟରୁ ୬୧୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬ ଜଣଙ୍କ ମୃତ୍ୟୁ ହୋଇଛି ।ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା  ସଂଖ୍ୟା ୩୯୪ ମଧ୍ୟରୁ ୨୭୦ ଜଣ ସୁସ୍ଥ  ହୋଇଛନ୍ତି । ନୂତନ ଆକ୍ରାନ୍ତ ୧୭୫ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୩୩୮ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨୦୮୪୭୨ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜେଟିଭ ୪୩୩୪ ଚିହ୍ନଟ ହୋଇଛନ୍ତି । ୨୯୭୪ ଜଣ ସୁସ୍ଥ ହୋଇଥିବା ବେଳେ ୧୩୫୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୦୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୧୭୫ ଜଣଙ୍କ ମଧ୍ୟରୁ ୧୪୫ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୩୦ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.