ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୮୨୮ ଛୁଇଁଲା , ଗଞ୍ଜାମରୁ ୩ ସହ ରାଜ୍ୟରେ ୫ ମୃତ ।

0 1,231

ଭୁବନେଶ୍ଵର ,(ପିପିଟି)୧୭/୦୫ , ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୨୯୨ରେ ପହଞ୍ଚିଛି । ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨୮ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା  ୯୧୨୨୩ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜେଟିଭ  ୮୨୮ ଚିହ୍ନଟ ହୋଇଛନ୍ତି । ୧୯୬ ଜଣ ସୁସ୍ଥ ହୋଇଥିବା ବେଳେ ୬୨୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ପାଞ୍ଚ  ଜଣଙ୍କର ମୃତ୍ୟୁ ଘଟିଛି । ସ୍ୱସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ବର୍ତ୍ତମାନ ଓଡିଶାରେ ମୃତ୍ୟୁ ସଂଖ୍ୟା ପାଞ୍ଚରେ ପହଞ୍ଚିଥିବା ବେଳେ ଗଞ୍ଜାମରେ ୩ ଓ ଖୋର୍ଦ୍ଧା ଜିଲ୍ଲାରେ ୨ ଜଣ ବୋଲି ସୂଚନା ମିଳିଛି ।ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି,ଗଞ୍ଜାମରେ ୩୦,ଯାଜପୁର ୫୨,ବାଲେଶ୍ବର ୨୨,ଭଦ୍ରକ ୨୧,ଖୋର୍ଦ୍ଧା ୪୫,ସୁନ୍ଦରଗଡ ୧୨,କେନ୍ଦ୍ରାପଡା ୨,ପୁରୀ ୧,କଟକ ୨,କେଉଁଝର ୨,କଳାହାଣ୍ଡି ୨,ଝାରସୁଗୁଡା ୨,ଦେଓଗଡ ୧,କୋରାପୁଟ ୧,ଢେଙ୍କାନାଳ ୧ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.