ଭୁବନେଶ୍ଵର ,(ପିପିଟି)୧୧/୦୬ , ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୬୫୨ ମଧ୍ୟରୁ ୫୧୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪ଜଣଙ୍କ ମୃତ୍ୟୁ ହୋଇଛି ।ଦ୍ୱିତୀୟ ସ୍ଥାନରେ ଯାଜପୁର ସଂଖ୍ୟା ୩୨୬ ମଧ୍ୟରୁ ୨୮୭ ଜଣ ସୁସ୍ଥ ହୋଇଛନ୍ତି ।ନୂତନ ଆକ୍ରାନ୍ତ ୧୩୬ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩୮୬ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧୮୮୭୪୩ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜେଟିଭ ୩୩୮୬ ଚିହ୍ନଟ ହୋଇଛନ୍ତି । ୨୩୫୪ ଜଣ ସୁସ୍ଥ ହୋଇଥିବା ବେଳେ ୧୦୨୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯ ଜଣଙ୍କର ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି ।ନୂତନ ଆକ୍ରାନ୍ତ ୧୩୬ ଜଣଙ୍କ ମଧ୍ୟରୁ ୧୩୪ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୦୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।