ରାଜ୍ୟବ୍ୟାପୀ ଫରୱାର୍ଡ଼ ବ୍ଲକ୍ ପକ୍ଷରୁ ପ୍ରତିବାଦ ଦିବସ ସଂଗଠିତ ।

0 225

ଭୁବନେଶ୍ୱର,(ପିପିଟି ନ୍ଯୁଜ୍) ୧୬/୦୫,କରୋନା ମହାମାରୀ ସାରା ବିଶ୍ୱକୁ ଆତଙ୍କିତ କରିବାରେ ଲାଗିଛି । ଓଡ଼ିଶା ସମେତ ସାରା ଦେଶରେ  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାର ମୁକାବିଲା କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷ୍ୟରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଥିବା ବେଳେ ସେଗୁଡ଼ିକ  ସାଧାରଣ ଜନତାଙ୍କ ପାଖରେ ପହଞ୍ଚିବା ଭଳି ଦୃଷ୍ଟି ଗୋଚର ହେଉନାହିଁ  । କରୋନା ଏବଂ ଏଥିଜନୀତ ଲକ୍‌ଡ଼ାଉନ୍ କାରଣରୁ ସାଧାରଣ ଜନତା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସାରା ଦେଶର ଗରିବ ମଣିଷ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛି । ବଚିବା ପାଇଁ ନିଜ ଭିଟାମାଟିକୁ ଫେରି ଆସିବା କୁ ସଂଗ୍ରାମ ଚଳାଉଛନ୍ତି ପ୍ରବାସୀ ଶ୍ରମଜୀବି ରାଜ୍ୟ ଓ କେନ୍ଦ୍ର ସରକାର ପକ୍ଷରୁ ଘୋଷଣା କରାଯାଉଥିବା ସୁବିଧା ସେହି ମଣିଷ ମାନଙ୍କ କଷ୍ଟକୁ ଲାଘବ କରାବାରରେ ସହାୟକ ହେଉନାହିଁ । ଲକ୍ଷ ଲକ୍ଷ ଶ୍ରମଜୀବି ଜନତା ପିଲାଛୁଆକୁ ଥରି ଚାଲି ଚାଲି ଭିଟାମାଟିକୁ ଫେରୁଥିବା ଘଟଣା ସର୍ବତ୍ର ବିଦ୍ୟମାନ । ଏଭଳି ପରିସ୍ଥିତିରେ ସେଇ ମଣିଷମାନଙ୍କ ମଧ୍ୟରୁ ଅନେକ ରାସ୍ତାରେ ପ୍ରାଣବଳି ଦେଇସାରିଲେଣି । ଭୋକ ବିକଳରେ ବହୁ ଦିନ କାଟିଲେଣି ଏବଂ ଆତ୍ମହତ୍ୟା କଲେଣି  । ଏଭଳି ଘଟଣା ସାରାଦେଶରେ ବଳବତ୍ତର ଥିବାବେଳେ ଦେଶର ଶାସକ କେବଳ ଭାଷଣ ବାଜି କରି ସମୟ ଗଡ଼େଇ ଚାଲିଛନ୍ତି । ଏହାକୁ ଦୃଷ୍ଟିରେ ରଖି ମଇ ୧୫ ତାରିଖ ଦିନ  ନେତାଜୀ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈକିତ ଦଳ ‘ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌’ , ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ସାରା ରାଜ୍ୟରେ ପ୍ରତିବାଦ ଦିବସ ଭାବରେ ସଂଗଠିତ କରାଯାଇଛି ।  ପ୍ରତ୍ୟେକ ପରିବାରକୁ ୬ ମାସର ମାଗଣା ରାସନ ସାମଗ୍ରୀ ଯୋଗଇ ଦେବା , ଆୟକର ପରିସରଭୁକ୍ତ ନଥିବା ପ୍ରତ୍ୟେକ ପରିବାରକୁ ମାସିକ ୧୦୦୦୦ ଟଙ୍କା ତତ୍‌କାଳ ରିଲିଫ ଭାବରେ ପ୍ରଦାନ କରିବା, ପ୍ରବାସୀ ଶ୍ରମିକମାନଙ୍କ ଯାତାୟତ ପାଇଁ ଦେୟମୁକ୍ତ ବିଶେଷ ରେଳ ଚଳାଚଳର ବ୍ୟବସ୍ଥା କରିବା , କରୋନା ପରିସ୍ଥିତିର ମୁକାବିଲା ପାଇଁ ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଶେଷ ବଜେଟର ବ୍ୟବସ୍ଥା କରିବା,  ଅଧିକ ମାତ୍ରାରେ କରୋନା ପରିକ୍ଷଣର ବ୍ୟବସ୍ଥା କରିବା,  ଛାତ୍ରଛାତ୍ରୀମାନଙ୍କ ସମସ୍ତ ଫିସ୍ ଛାଡ଼ କରିବା,  ଯୁବକଯୁବତତୀମାନଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ପ୍ରଦାନ କରାଯାଉଥିବା ଚଗଋଏଚ  ଓ ମୁଦ୍ରା ଲୋନ ସଂପୁର୍ନ ଛାଡ଼ କରିବା, କୃଷି ରଣ, ଜଳ କଳ ଓ ବୁଦ୍ୟୁତ ବିଲ୍ ଛାଡ଼ କରିବା , ଗ୍ରାମୀଣ ଓ କୃଷି ଅର୍ଥନୀତିର ବିକାଶ ସମେତ କ୍ଷୁତ୍ର ଶିଳ୍ପ ଓ କ୍ଷୁଦ୍ର ବ୍ୟବସାୟୀ, କଳାକାରଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା, ଦୂଗ୍ଧ  ଚାଷୀଙ୍କ ପାଇଁ ପ୍ୟାକେଜର ବ୍ୟବସ୍ଥା କରିବା ସହ ମାଗଣାରେ ସେମାନଙ୍କୁ ଗୋଖାଦ୍ୟ ଯୋଗାଇଦେବା,ପ୍ରବାସୀ ଶ୍ରମିକ ଏବଂ ବେକାର ଯୁବକ-ଯୁବତୀଙ୍କ ପାଇଁ ନିଯୁକ୍ତି କିମ୍ବା ଆତ୍ମନିଯୁକ୍ତିର ବ୍ୟବସ୍ଥା କରିବା, ୧୨ ଘଂଟା ବଦଳରେ ୮ ଘଂଟିଆ ଶ୍ରମ ଦିବସକୁ ପୁନଃ କାର୍ଯ୍ୟକାରୀ କରିବା ଦାବୀରେ ଆଜି ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟରେ  ଫରୱାର୍ଡ଼ ବ୍ଲକ୍ ର ସାଥିମାନେ ପ୍ରତିବାଦ ଦିବସ ଭାବରେ ପାଳନ କରିଛନ୍ତି । ଏହି ଅବସରରେ କେନ୍ଦ୍ର ସରକାରଙ୍କ କରୋନା ମୁକାବିଲା ନୀତିର ସମାଲୋଚାନା କରିବା ସହିତ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ଦେବାପାଇଁ ବିଭିନ୍ନ ଦାବୀ ଉପସ୍ଥାପନା କରିଛନ୍ତି । ସାମାଜିକ ଦୁରତ୍ୱକୁ ରକ୍ଷାକରି ପାର୍ଟିର କର୍ମି ମାନେ ଭୁବନେଶ୍ୱରର ରାଜ୍ୟ କାର୍ଯ୍ୟଳୟ ସମୁଖରେ ପ୍ରତିବାଦ କାର୍ଯ୍ୟକ୍ରମ ସଂଗଠିତ କରିଥିଲେ । ପରେ ଏଗାର ଦଫା ଦାବୀ ସମ୍ବଳୀତ ଏକ ଦାବି ପତ୍ରକୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରି ଏଗୁଡ଼ିକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁଁ ଦାବୀ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ‘ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌’ , ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ଯୁବନେତା ହରେକୁଷ୍ଠ ରାୟ, ନାରାୟଣ ଡ଼ାଳୁଆ, ବିଭୁତି ଭୁଷଣ ମହାପାତ୍ର, ଲକ୍ଷ୍ମୀକାନ୍ତ ମିଶ୍ର, ବିଜୟ ସାହୁ, ସୁନିଲ୍ କୁମାର ଜେନା, ସୋମନାଥ ପ୍ରଧାନ, ମହିଳାନେତ୍ରୀ ଦୀପ୍ତୀ ପରିଡ଼ା, ସାଗରିକା ସରକାର, ରଞ୍ଜୁବାଳା ସାହୁ, ଅନସୂୟା ଦାଶ , ଛାତ୍ରନେତା ଲକ୍ଷ୍ମଣ ଦାଶ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Leave A Reply

Your email address will not be published.