ରାଜସୁନାଖଳା ରେ କରୋନା ଯୋଦ୍ଧାଙ୍କୁ ଗାର୍ଡ ଅଫ ଅର୍ଣ୍ଣର ।

0 724

ବୋଲଗଡ ,(ପିପିଟି ନ୍ଯୁଜ୍)୧୯/୦୫,ଜଣେ କରୋନା ଯୋଦ୍ଧାଙ୍କୁ ଗାର୍ଡ ଅଫ ଅର୍ଣ୍ଣର।ଡ୍ୟୁଟି ସମୟ ରେ ଟଳି ପଡ଼ିଥିଲେ ଏହି ଯୋଦ୍ଧା ଜଣକ ।ଚିକିତ୍ସା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ ।ହେଲେ ସାଥ ଦେଲାନି ଭାଗ୍ୟ ।ଶେଷରେ ଜୀବନ ଯୁଦ୍ଧରେ ହାରି ଗଲେ ଏହି ଯୋଦ୍ଧା ଜଣକ ।ଆଜି ତାଙ୍କୁ ଓଡିଶା ପୋଲିସ ପକ୍ଷରୁ ଦିଆ ଯାଇଛି ଗାର୍ଡ ଅଫ ଅର୍ଣ୍ଣର ।ଇଏ ହେଉଛି  ଓଏସଏପି ଷଷ୍ଠ  ବାଟାଲିଅନ ସଶସ୍ତ୍ର ବାହିନୀ ବିଭୁତି ଭୂଷଣ ପ୍ରଧାନଙ୍କ ମର ଶରୀର ।ଶହ ଶହ ଲୋକଙ୍କ ଗହଣରେ ଶ୍ମଶାନକୁ ଯାଉଛି ଏହି ଯୋଦ୍ଧାଙ୍କ ମର ଶରୀର ।ଅନେକ ଙ୍କ ଆଖିରେ ଲୁହ ।ଶୋକର ଛାୟା ଖେଳି ଯାଇଛି ଚାରି ଆଡ଼େ ।ଏହି କରୋନା ଯୋଦ୍ଧାଙ୍କୁ ପୋଲିସ ପକ୍ଷରୁଦିଆ ଯାଇଛି ଗାର୍ଡ ଅଫ ଅର୍ଣ୍ଣର ଆଉ ତୋପ ସଲାମୀ ।ସୂଚନା ଅନୁସାରେ କରୋନା ମୁକାବିଲା  ଲାଗି କଟକ ଏସସିବି ବଡ଼ ମେଡିକାଲରେ ଆଇନ ଶୃଙ୍ଖଳା  ପରିସ୍ଥିତି କୁ  ନିୟନ୍ତ୍ରଣ ରେ ରଖିବା ଲାଗି ଷଷ୍ଠ  ବାଟାଲିୟନ ପୋଲିସ ବାହିନୀକୁ  ଆସୁ ଚିକିତ୍ସା କେନ୍ଦ୍ର କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ଡ୍ୟୁଟି କରୁଥିବା ସମୟରେ ବେଞ୍ଚ ଉପରୁ  ଟଳି ପଡିଲେ ବିଭୁତି ।ତାଙ୍କୁ ଚିକିତ୍ସା ପାଇଁ ବଡ଼ ମେଡିକାଲ ରେ ଭର୍ତ୍ତି କରାଗଲା ।ହେଲେ ଶେଷରେ ଆଖି ବୁଜିଦେଲେ ଏହି କରୋନା ଯୋଦ୍ଧା ବିଭୁତି ।ବିଭୁତିଙ୍କ ଘର ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜ ସୁନାଖଳା ଆଙ୍କୁଲ ପାଟଣା ସାହି ,ବୟସ ୩୩,ବାପା ବିରଞ୍ଚି ନାରାୟଣ ପ୍ରଧାନ ମା ଶାନ୍ତିଲତା ପ୍ରଧାନଙ୍କ ଏକମାତ୍ର ପୁଅ ଥିଲେ ବିଭୁତି ।ଗତ ୬ବର୍ଷ ତଳେ ବିବାହ କରିଥିବା ବିଭୁତିଙ୍କ ଛୋଟ ଛୋଟ ପୁଅ ଝିଅ କାନ୍ଦୁଛନ୍ତି ବାପା ଙ୍କ ମୃତ ଦେହ ସାମ୍ନାରେ ।ହେଲେ ନିଷ୍କ୍ରିୟ ହୋଇଯାଇଛି ବିଭୁତି ଙ୍କ ଶରୀର ।ମହାମାରୀ କରୋନା ବେଳେ ଆଇନ ଶୃଙ୍ଖଳା ରକ୍ଷା କରୁଥିବା ଏହି ଯୋଦ୍ଧାଙ୍କ ପାର୍ଥିବ ଶରୀରକୁ ଗାଁ ଶ୍ମଶାନ ରେ ଶେଷ କୃତ୍ୟ କରା ଯାଇଛି ।
ରିପୋର୍ଟ – ଶୁଶାନ୍ତ କୁମାର ପ୍ରଧାନ ।

Leave A Reply

Your email address will not be published.