ରକ୍ତଦାନ ଶିବିର ଅନୁଷ୍ଠିତ ।

0 365

ଉଲୁଣ୍ଡା,ତା-୨୫/୦୬(ପିପିଟି); ଆଜି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ର ଯାଲୋଏ ଡାକ୍ତରଖାନା ରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଥିଲା ।  ବିଶେଷ କରି ଜାଲୋଏ ର  ଗ୍ରାମବାସୀ ତଥା ଯୁଗ ଜ୍ୟୋତି ଯୁବକ ସଙ୍ଘ, ପଲ୍ଲୀ ସେବା ଯୁବକ ସଙ୍ଘ, ମା ନାରାୟଣୀ ଯୁବକ ସଙ୍ଘ ମହୁରୀଆ ପlଲି, ଆମ୍ବେଦକର ସଙ୍ଘ,   ଉଲୁଣ୍ଡା ଜୀବିକା ମିଶନ, ସୁବର୍ଣ୍ଣପୁର ପୋଲିସ ସଙ୍ଘ, ସମେତ ଯାଲୋଏ ବୁଦ୍ଧିଜୀବୀଙ୍କ ସହଯୋଗ ରେ ରକ୍ତଦାନ ସଫଳ ହୋଇ ଥିଲା । ବିଶେଷ କରି ଆମ ଡାକ୍ତରଖାନାର ସ୍ୱାସ୍ଥ୍ୟ ଅଧିକାରୀ, କର୍ମଚାରୀଙ୍କ  ସହଯୋଗରେ ରକ୍ତଦାନ  ଶିବିର ସଫଳ ହୋଇ ଥିଲା  । ସର୍ବ ମୋଟ ୨୪ ୟୁନିଟ ରକ୍ତସଂଗ୍ରହ ହୋଇ ଥିଲା ବିଶେଷ ସୂଚନା ହେଲା ଆମ ଅଂଚଳ ପାଇଁ ଗର୍ବ ଗୌରବର କଥା ୧୫ଜଣ ମହିଳାସମେତ ଯୁବକ ମାନେ  ରକ୍ତଦାନ କରି ଥିଲେ । ୨୪ ଜଣଙ୍କ ରକ୍ତରେ ୨୪ଜଣଙ୍କ ଜୀବନ ବଞ୍ଚି ପାରିବେ, ରକ୍ତ ଦାତା କୁ ଆମ ଓଡିଶା  ସମ୍ବାଦ ତରଫରୁ ସାର୍ଟିଫିକେଟ ଓ ରକ୍ତ ଭଣ୍ଡାର ତରଫରୁ ମଧ୍ୟ ଦିଆ ଯାଇ ଥିଲା ୨ ଜଣ କରୋନା ଯୋଦ୍ଧା ସାମ୍ବାଦିକ ସମାଜ ସେବି ମଣ୍ଟୁ ମନ୍ତ୍ରା, ପ୍ରେମାନନ୍ଦ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ବୀରମହାରାଜପୁର ଏସଡ଼ିପିଓ ଧୀରଜ ଚୋପଦାର, ଜିଲ୍ଲାପରିଷଦ ସଭ୍ୟା ସୌଦାମିନୀ  ଜାଲ,ବିଡ଼ିଓ ନୀଳାମ୍ବର ମହାନନ୍ଦ, ଡେପୁଟି ଜିଲ୍ଲାପାଳ, ପୋଲିସ ସଙ୍ଘର ସମ୍ପାଦକ ଦୀନେଶ ମିଶ୍ର, ସୋନପୁର ରକ୍ତ ଦାତାସଙ୍ଘର ସଭାପତି  ମନୋଜ ପଣ୍ଡା, ମା ନାରାୟଣୀ ମଡେଲ ସ୍କୁଲର ପରିଚାଳନା ଅଧିକାରୀ ଗଜାନନ ସାହୁ ସମେତ ବହୁ ଅଧିକାରୀ ଯୋଗ ଦେଇ ରକ୍ତଦାନ ଶିବିର କୁ ଉଦଘାଟନ କରିବା ସାଙ୍ଗେ ରକ୍ତ ଦାତାକୁ ଉତ୍ସାହିତ କରି ଥିଲେ । ଶିବିର ରେ ଦିଲୀପ ଗୁରୁ, ବିନୟ ତ୍ରିପାଠୀ, ଜନ୍ମେଜୟ ତ୍ରିପାଠୀ, ଭୁଲା ସାଗର, ରୋହିତ ସାଗର, ଦୀପା ପଧାନ, ଶୁଭେନ୍ଦୁ ମେହେର, ରାଧେଶ୍ୟାମ ତ୍ରିପାଠୀ,ତିବିକ୍ରମ ଦେହୁରୀ,ରାଜା ମେହେର, ଗଣେଶ ମେହେର,  ସୁରେନ୍ଦ୍ର ମେଣ୍ଡଳୀ, ଶଙ୍କରସନ କର୍ମୀ, କିଶୋର ସାହୁ,ଉଲୁଣ୍ଡା ବ୍ଲକର ମହିଳା ଗ୍ରୁପ ମା, ଓଏଲଏମ ର ରଞ୍ଜନ ସ୍ୱାଇଁ ଉପସ୍ଥିତ ରହି ସହଯୋଗ କରି ଥିଲେ ।
ରିପୋର୍ଟ – ଶାନ୍ତୁନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.