ଯୋଗାଣ ସହାୟକ ସଂଘ ପକ୍ଷରୁ ଦାବୀ ପତ୍ର ପ୍ରଦାନ ।

0 268

ପଦ୍ମପୁର,୦୯/୦୭(ପିପିଟି) ; ପଦମପୁର ଉପଖଣ୍ଡ  ପାଇକମାଳ ବ୍ଲକ୍ ଯୋଗାଣ ସହାୟକ ସଂଘ ତରଫରୁ ଆଜି ବିଡ଼ିଓଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । କରୋନା ମହାମାରୀ ଓ ଗ୍ରୀଷ୍ମ ପ୍ରବାହ ସମୟରେ ତଳ ସ୍ତରରେ ଗାଁ ଗାଁ ଘର ଘର ବୁଲି ଖାଉଟିଙ୍କୁ ଖାଉଟି ସାମଗ୍ରୀ ଦେଉଥିଲେ । ଏବେ କରୋନା ମହାମାରୀର ଭୟଙ୍କର ପରିସ୍ଥିତି ଦେଖାଦେଇଛି। ଏବେ ପୁଣି ଖାଉଟି ସାମଗ୍ରୀ ବଣ୍ଟନ କରାଯିବ ଓ ଖାଉଟି ସାମଗ୍ରୀ ବଣ୍ଟନ ବେଳେ ହାତ ଆଙ୍ଗୁଠି  ଚିହ୍ନ ଦରକାର ପଡୁ ଥିବା ବେଳେ ଏ କ୍ଷେତ୍ରରେ ଏବେ  କରୋନା ମହାମାରୀର ପରିସମାପ୍ତି ହୋଇ ନାହିଁ। ଏପରି ସ୍ଥଳରେ ଏହି ଆଙ୍ଗୁଠି ଚିହ୍ନକୁ ହଟାଇବାକୁ ଆଜି ଦାବୀ ପତ୍ରରେ  ଜଣାଇଛନ୍ତି । ତଳ ସ୍ତରରେ କରୋନା ଯୋଦ୍ଧା ସାଜିଥିବା ଏହି ଯୋଗାଣ ସହାୟକ ମାନଙ୍କ ପ୍ରତି ସରକାର ଗୁରୁତ୍ୱର ସହ ବିଚାର କରି ଉଚିତ୍ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ସଂଘର ସଭାନେତ୍ରୀ କନକଲତା ଦାସଙ୍କ ନେତୃତ୍ୱରେ ସଂଘର ରଶ୍ମିତା ବହିଦାର,ନିଳୀମା ପାଣିଗ୍ରାହୀ, ରଜନୀକାନ୍ତ ସାହୁ,ନରେନ୍ଦ୍ର ପ୍ରଧାନ,ସଂଘ ସଂପାଦକ ସୀତାରାମ ପୂଝାରୀ ପ୍ରମୁଖ କର୍ମକର୍ତ୍ତା ପାଇକମାଳ ବିଡିଓ ସୁରେନ୍ଦ୍ର ମେହେରଙ୍କୁ ପ୍ରଦାନ କରିଛନ୍ତି । ଏହି ସମୟରେ ଏ.ବି.ଡି.ଓ. ଭୀଷ୍ମ ଦେବ ମାଝୀ ମଧ୍ୟ ଉପସ୍ଥିତ ଥିବା ବେଳେ ଏହି ଦାବି ପତ୍ରର ଏକ କିତା ନକଲ ବ୍ଲକ୍ ଯୋଗାଣ  ଅଧିକାରୀ ଜୟାନନ୍ଦ ମାଝିଙ୍କୁ ମଧ୍ୟ ପ୍ରଦାନ କରିଥିବା ଜଣାଯାଇଛି।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.