ଯୁବ ବ୍ୟବସାୟୀଙ୍କ ଦ୍ବାରା ମାସ୍କ ବଣ୍ଟନ ।

0 38

ପଦ୍ମପୁର,(ପିପିଟି ନ୍ଯୁଜ୍)୧୨/୦୪-ପାଇକମାଳ ମଙ୍ଗଳ ଟିଭିଏସ ର ମାଲିକ ତଥା ଯୁବ ବ୍ୟବସାୟୀ ସୁମିତ କୁମାର ଅଗ୍ରୱାଲ ନିଜସ୍ବ ଉଦ୍ୟମ ରେ କରୋନା  ମୁକାବିଲା ପାଇଁ  ହାତ ତିଆରି ମାସ୍କ ଲୋକମାନଙ୍କୁ ପ୍ରଦାନ କରୁଛନ୍ତି । ଏଥିରେ ରଶ୍ମି ହଂସ, ସଚିନ ସାହୁ, କୁନ୍ଦନ ପ୍ରଧାନ,ଭୁପେଶ ଅଗ୍ରୱାଲ, ନଗେନ୍ଦ୍ର ପାଣିଗ୍ରାହୀ, ପ୍ରମୁଖ ସ୍ବସ୍ଥାସେବିମାନେ  ସହଯୋଗ କରିଛନ୍ତି । ଶୁକ୍ରବାର ସକାଳୁ ପାଇକମାଳ ଡେଲି ବଜାର ବସୁଥିବା  ପଡିଆ ଦୋକାନି ଓ  ଗ୍ରାହକମାନଙ୍କ ସହ ପାଇକମାଳ ଛକର ବିଭିନ୍ନ ସ୍ଥାନ  ବୁଲିବୁଲି ମାସ୍କ ପିନ୍ଧାଇବା ସହ  ଏହାର ବ୍ୟବହାର ବିଷୟରେ ଲୋକମାନଙ୍କୁ ସଚେତନତା କରିଥିଲେ । ଛକ ମାନଙ୍କରେ   ଯେଉଁ ଲୋକମାନେ ମାସ୍କ ପିନ୍ଧି ନଥିଲେ ସେମାନଙ୍କୁ  ମାସ୍କ ପିନ୍ଧାଇ ଥିଲେ । ସେ କପଡା କିଣି ଟେଲର ପାଖରେ ତିଆରି କରି ଉକ୍ତ ମାସ୍କ କୁ ବଣ୍ଟନ କରୁଛନ୍ତି ।ଏଥିରେ ସୁମିତଙ୍କୁ  ଅଞ୍ଚଳର କିଛି ଟେଲର ମିସ୍ତ୍ରୀ ମାନେ ସହଯୋଗ କରିଛନ୍ତି।ଏହା ସହିତ ପାଇକମାଳ ଅଞ୍ଚଳର ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ବୁଲି ବୁଲି ଲୋକଙ୍କୁ ମାସ୍କ ବାଣ୍ଟିଥିଲେ ସୁମିତ । ସେ ୨୦୦୦ରୁ ଉର୍ଦ୍ଦ  ମାସ୍କ  ବଣ୍ଟନ କରିବେ ବୋଲି କହିଛନ୍ତି ।  ସୁମିତ ଓ ସାଥିମାନେ ଆଜି ପାଇକମାଳ ବିଡିଓ ସୁରେନ୍ଦ୍ର ମେହେର ଙ୍କୁ ୨୫୦ ଟି ମାକ୍ସ ପ୍ରଦାନ କରିଛନ୍ତି । ୨୨ଟି ପଞ୍ଚାୟତ କୋଭିଡ-୧୯ ପାଇଁ ତିଆରି ହୋଇଥିବା ୫୦ବେଡ ବିଶିଷ୍ଟ କରୋଣ୍ଟାଇମ ରୁମରେ କାର୍ଯ୍ୟ ରତ କର୍ମଚାରି ଓ ପଞ୍ଚାୟତ କର୍ମଚାରିଙ୍କୁ ପ୍ରଦାନ କରାଯିବ ବୋଲି ବିଡିଓ ଶ୍ରୀ ମେହେର କହିଛନ୍ତି। ଆହୁରି ମଧ୍ୟ ଇଛୁକ ସ୍ବାସ୍ଥାସେବି ଓ ଏସଏଚଜି ଗୃପର କର୍ମକତାମାନେ ମାସ୍କ ତିଆରିକରି ନିଜ ନିଜ ଅଞ୍ଚଳରେ ଫ୍ରିରେ ବଣ୍ଟିବାକୁ ଚାହୁଁଛନ୍ତି  ଯୁବ ବ୍ୟବସାୟୀ ଶ୍ରୀ ଅଗ୍ରୱାଲ କପଡା ଓ ସୁତା ଦୋକାନ ବନ୍ଦଥିଲେ ମଧ୍ୟ ଯୋଗାଇଦେବେ ବୋଲି କହିଛନ୍ତି । ମାଣ୍ଡୋସିଲ ହିରୋ ସୋରୁମ ମାଲିକ  ଆୟୁସ ଅଗ୍ରୱାଲ  ଆଉ ଅଧିକ ମାସ୍କ ବଣ୍ଟନ କରିବା ପାଇଁ ୨୫ ମିଟର କପଡା ପ୍ରଦାନ କରିଛନ୍ତି ।ଏହି କାର୍ଯ୍ୟକୁ  ଅଞ୍ଚଳବାସି  ପ୍ରସଂଶା କରିଛନ୍ତି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।Attachments area

Leave A Reply

Your email address will not be published.