ଯୁବମୋର୍ଚ୍ଚା ଜନ ସମ୍ବାଦ ଭରଚୁଆଲ ରାଲି ।

0 410

ପଦ୍ମପୁର,ତା-୨୮/୦୬(ପିପିଟି); ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ ସଭାପତୀ ଇରାଶିଷ ଆଚାର୍ଯ୍ୟଙ୍କ ନେତୃତ୍ବରେ ଆଜି ସାରା ରାଜ୍ୟରେ ଯୁବମୋର୍ଚ୍ଚା ଜନ ସମ୍ବାଦ ରାଲି ଅନୁଷ୍ଠିତ ହୋଇଥିବା ବେଳେ କେନ୍ଦ୍ର ପେଟ୍ରୋଲିୟମ ଏବଂ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧମେର୍ନ୍ଦ୍ର ପଧାନ ମଧ୍ୟ ଏହି ରାଲିରେ ଯୋଗ ଦେଇ ରାଜ୍ୟ ଯୁବ ମୋର୍ଚ୍ଚାର ସମସ୍ତ ସଦସ୍ୟ ମାନଙ୍କୁ ଉଦ୍ଦବୋଧନ ପୂର୍ବକ ରାଜ୍ୟର ଭବିଷ୍ୟତ ଓ ବିକାଶ ଯୁବକ ମାନଙ୍କର ହିଁ ହାତରେ ଅଛି ଏବଂ ଯୁବ ମୋର୍ଚ୍ଚା ପ୍ରତିଦିନ ପ୍ରତ୍ୟେକ କ୍ଷେତ୍ରରେ ଯେଉଁ ବିକାଶ ମୁଳକ କାର୍ଯ୍ୟରେ ଜଡିତ ରହି କେନ୍ଦ୍ର ସରକାର ତଥା ପ୍ରଧାନ ମନ୍ତ୍ରୀଙ୍କ ବିକାଶ ମୁଳକ ସ୍ବପ୍ନ କୁ ସାକାର କରିବା ପାଇଁ ଗ୍ରାଉଣ୍ତ ଲେଭେଲରୁ ଜନ ସାଧାରଣଙ୍କ ପାଖକୁ ପହଞ୍ଚାଇବାରେ ଯୁବ ମୋର୍ଚ୍ଚାର କାମକୁ ସାଧୁବାଦ ଜଣାଇଥିଲେ। ଏହା ସହ ଲକ ଡାଉନ ସମୟରେ ଯୁବମୋର୍ଚ୍ଚା ତରଫରୁ ଯୋଉ ଲଗାତାର ରକ୍ତଦାନ ଶିବିର କରା ଯାଇଥିଲା ଓ ଘରକୁ ଫେରୁଥିବା ଲୋକଙ୍କୁ ରିଲିଫ ବଣ୍ଟନ ଆଦି କାର୍ଯ୍ୟ ପାଇଁ ମଧ୍ୟ ଧନ୍ୟବାଦ ଜଣାଇଥିଲେ। ଏହି ରାଲିରେ ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ସଭାପତି ପୁନମ ମହାଜନ, ରାଜ୍ୟ ବିଜେପି ସଭାପତି ସମିର ମହାନ୍ତି ଏବଂ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ଟଙ୍କଧର ତ୍ରୀପାଠି ମଧ୍ୟ ଏହି ରାଲିରେ ଉପସ୍ଥିତ ରହି ଯୁବମୋର୍ଚ୍ଚାର ଏହି ପ୍ରୟାସ ଏବଂ ସାମର୍ଥ୍ୟ ପ୍ରଦର୍ଶନ ଆଗକୁ ମଧ୍ୟ ବିଜେପିର ବିକାଶ ଏବଂ ଦେଶର ହିତ ରେ ଅଗ୍ରଣି ଭୁମିକା ଗ୍ରହଣ କରିବ ବୋଲି କହିଛନ୍ତି। ରାଜ୍ୟ ବ୍ୟାପି ଚାଲିଥିବା ଏହି ରାଲିରେ ବହୁ  ସଂଖ୍ୟାରେ ଯୁବକ ମାନେ ଯୋଗ ଦେଇଥିବା ବେଳେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦିପ ପୁରୋହିତ ଏବଂ ବରଗଡ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ପ୍ରିତେଶ କୁମାର ବହିଦାର ଙ୍କ ତତ୍ବାବଧାନରେ ପଦ୍ମପୁର ବିଜେପି କାର୍ଯ୍ୟାଳୟ ସହ ପଦ୍ମପୁର ନିର୍ବାଚନ ମଣ୍ଡଳୀର ସହ ସହ ଯୁବକ ଡିଜିଟାଲ ଏବଂ ସୋସିଆଲ ମିଡିଆରେ ରାଲି ରେ ଜଡିତ ହୋଇ ବିକାଶ ଧାରରେ ସାମିଲ ରହିବାର ସଙ୍କଳ୍ପ କରିଥିଲେ। ପଦ୍ମପୁର କାର୍ଯ୍ୟାଳୟ ଠାରେ ପଦ୍ମପୁର ନଗର ସଭାପତି ସୁନିଲ ଅଗ୍ରୱାଲ, ବରିଷ୍ଠ ନେତା ଅଶୋକ ମିଶ୍ର, ନଗର ଯୁବମୋର୍ଚ୍ଚା ସଭାପତି ପ୍ରମୋଦ ମେହେର, ଯୁବ ନେତା ନରେଶ ସୁନ୍ଦର ସାହୁ, ଯୁଗଳ କିଶୋର ସାହୁ, ଇଞ୍ଜିନିୟର କୁନାଲ ପାଣିଗ୍ରାହୀ, ହିତେଶ ଅଗ୍ରୱାଲ, ରାଜିବ ବଗତିର୍, ଦିନେଶ ବାରିକ, ଦୀପକ ବାରିକ ସୋଏବ ଖାନ, ସୁମିତ ପାତ୍ର, ରାଜୁ ମହାରଣା ପ୍ରମୁଖ ଉପସ୍ଥିତ ରହି ରାଲିରେ ଯୋଡିଥିବା ବେଳେ ପଦ୍ମପୁରର ବିଭିନ୍ନ ସ୍ଥାନରୁ ମଣ୍ଟୁ ସାହା, ଲକ୍ଷ୍ମୀ ବରିହା, ଅଜିତ ସାହୁ, ରୋଶନ ପାଣିଗ୍ରାହୀ, ବାବଲୁ ଭୋଇ, ସତ୍ୟମ ପଧାନ ପ୍ରମୁଖ ବିଭିନ୍ନ ସ୍ଥାନରୁ ରେଲିରେ ସଦସ୍ୟଙ୍କ ସହ ଜଡିତ ଥିଲେ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.